ପୂର୍ଣ୍ଣାହୁତି ପୂର୍ବରୁ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର,୧୬।୪(ଏସଏସନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସୁପ୍ରସିଦ୍ଧ ଶୈବପୀଠ ତଥା ସମସ୍ତଙ୍କ ନାଥ ଢ଼ାଉଆ ଗ୍ରାମରେ ଅବସ୍ଥାପିତ ପ୍ରଭୁସୋମନାଥଙ୍କ ପୀଠରେ ପଣାସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ଵଶାନ୍ତିମହାଯଜ୍ଞ ।ଏହିଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ କମିଟି ଓ ମନ୍ଦିର ପରିଚାଳନାକମିଟିର ପୂର୍ବତନସଭାପତି ତଥା ଅଞ୍ଚଳର ଜଣାଶୁଣା ବୟଜ୍ୟଷ୍ଟ ମୂରବୀ,ଭଗବାନ ବିଶ୍ୱାସୀ,ପ୍ରଭୁଙ୍କଭକ୍ତ ରଘୁନାଥପୁରଗ୍ରାମର ସ୍ବର୍ଗତ ଦିବାକର ରାଉତଙ୍କ ପ୍ରତିମୂର୍ତ୍ତିରେ ମହାଯଜ୍ଞ କମିଟିପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ଏଥିରେ ଶିକ୍ଷାବିତ ତଥା ମହାଯଜ୍ଞକମିଟି ସମ୍ପାଦକ ମନୋରଞ୍ଜନପଣ୍ଡା,ଶିକ୍ଷାବିତ୍ ଜମ୍ବେଶ୍ଵରରଥ,ପ୍ରମୋଦପ୍ରଧାନ,ସଚିଦାନନ୍ଦପଢିହାରି,ରମେଶ କୁଅଁର,ମନୋଜପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।ତେବେ ଆସନ୍ତା ଶନିବାର ଦିନ ପ୍ରଭୁଙ୍କ ପୀଠରେ ଆରମ୍ଭହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତିହେବ ବୋଲି ମହାଯଜ୍ଞକମିଟି ପକ୍ଷରୁ କୁହାଯାଇଛି।

- Advertisement -

1 Comment
  1. SATYA SANDHANA DESK says

    Good

Leave A Reply

Your email address will not be published.