ତତଲା ବାଲିରେ ଗଡିଲେ ମାନସିକ ଧାରୀ

ମେଣ୍ଢାଶାଳ,୧୩।୪(ଏସଏସନିଉଜ)ମେଣ୍ଢାଶାଳରେ ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ମହାସମାରୋହରେ ଦଣ୍ଡଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଦଣ୍ଡୁଆମାନେ ଗାଁର ଦୂଲ୍ହାଦେବୀମନ୍ଦିର ନିକଟରେ ଥିବା ଗାଁ ର ଗ୍ରାମ ଦେବତୀ ମନ୍ଦିରଠାରେ ଅଜ୍ଞାମାଳ ପାଇବାପରେ ୫୭ପାଟୁଆଙ୍କୁ ସଙ୍କୀର୍ତ୍ତନ କରି ଶ୍ରୀଶ୍ରୀଭାଗବତବାସୁଦେବଙ୍କ ମନ୍ଦିର ନିକଟକୁ ପାଛୋଟି ନିଆଯାଇଥିଲା।ଏହାପରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥିଲା।ପାଟୁଆ,ମାନସିକଧାରି ଦଣ୍ଡୁଆମାନେ ବାସୁଦେବ ମନ୍ଦିର ସମ୍ମୁଖରୁ ବାଲୁଙ୍କଶ୍ବର ମନ୍ଦିରପର୍ଯ୍ୟନ୍ତ ବିଛାଯାଇଥିବା ୧କିମି ପର୍ଯ୍ୟନ୍ତ ଉତ୍ତପ୍ତବାଲିରେ ଦିହିପହର ସମୟରେ ଦଣ୍ଡ ଗଡ଼ିଗଡି ଯାଇଥିଲେ।
ପରେପରେ ପଦ୍ମପୋଖରିରେ ସ୍ନାନସାରି ଗାଁରେବୁଲି ପଣା ଖାଇଥିଲେ। ପଣାଖିଆ କାର୍ଯ୍ୟ ସରିବାପରେ ସମସ୍ତଦଣ୍ଡୁଆମାନେ ଏକତ୍ରିତହୋଇ କାମନା ମନ୍ଦିରଠାରେ ଅଘରତପ ପାଇଁ ଗୁହାରିଆ ପଡ଼ିଥିବା ୪ଜଣ ଗୁହାରିଆଙ୍କୁ ନେଇ ପଦ୍ମ ପୋଖରୀରେ ସ୍ନାନକରାଇ ଯଜ୍ଞକୁଣ୍ଡ ନିକଟକୁ ଆଣି ଜଣଙ୍କପରେ ଜଣକୁ ଯଜ୍ଞକୁଣ୍ଡ ରେ ଓହଳାଇ ଅଘୋରତପ କାର୍ଯ୍ୟ କରାଇଥିଲେ।ଗାଁର ଦୁଇଭୋଇ ସାହିର ଅନ୍ୟ ଏକ ଦଣ୍ଡପାଟୁଆଦଳ ସିଦ୍ଧେଶ୍ୱର ମନ୍ଦିରଠାରେ ପାଣିତୋଳା କାର୍ଯ୍ୟକରି ବ୍ରତରେ ରହିଥିଲେ ଓ ଚଣ୍ଡୀମନ୍ଦିରଠାରେ ଦଣ୍ଡଯାତ୍ରା କାର୍ଯ୍ୟ ସମାପନପରେ ସେମାନେ ବାଲୁଙ୍କେଶ୍ବରମନ୍ଦିରଠାରେ ଏକତ୍ରିତହୋଇ ଅଘୋର ତପ କାର୍ଯ୍ୟରେ ସାମିଲ ହୋଇଥିଲେ।ତେବେ ଆସନ୍ତାକାଲି ବାଲୁଙ୍କେଶ୍ବର ମନ୍ଦିର ସମ୍ମୁଖରେ ଝାମୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.