ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା

କଟକ,୭।୭(ଏସଏସନିଉଜ)ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବାର ଜଣାପଡିଛି ।କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଡମ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଯାହାକୁ ନେଇ ଆଇଆଇସିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ । କିଭଳି ସ୍ଥିତିରେ ସେ କିଭଳି ଶ୍ବାସରୁଦ୍ଧ ହେଲେ ।ଏହା ଆତ୍ମହତ୍ୟା ନା ହତ୍ୟା । ଥାନା ପରିସରରେ ଥିବା ରେଷ୍ଟରୁମ୍‌ରୁ ତାଙ୍କର ମୃତଦେହ ମିଳିଥିବାବେଳେ କିଭଳି ସ୍ଥିତିରେ ତାଙ୍କର ଶ୍ବାସରୁଦ୍ଧ ହେଲା ସେ ନେଇ ପ୍ରଶ୍ନ ଉଠିଛି । ଚାଉଳିଆଗଞ୍ଜ ପୁଲିସ ମାମଲାର ତଦନ୍ତ ଚଳାଇଥିବା ବେଳେ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍‌ସ ଯାଞ୍ଚ କରାଯାଉଛି । ପାହାଳ ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ଫୋନ୍ ମଧ୍ୟ ଜବତ କରି ପୁଲିସ ତନାଘନା ଚଳାଇଥିବା ସୂଚନା ମିଳିଛି ।

- Advertisement -

Leave A Reply

Your email address will not be published.