୨୦୨୬ ମସିହା,ଜୁଲାଇମାସ,୯ତାରିଖ,ଗୁରୁବାର,ଋତୁ-ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ-ଉତ୍ତରାୟଣ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୭/୩୫🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୫/୪୧,ଆଷାଢ଼ମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ନବମୀ ଦିବା ଘ୧୦/୪୪ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବା ଘ୩/୩୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ନକ୍ଷତ୍ର,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ,ଦିବା ଘ୧୦/୪୪ମି ପରେ ଉତ୍ତରଦିଗରେ। ରିକ୍ତାତିଥି,ବିଷ୍ଟିକରଣ,ପାପମଧ୍ୟ ଚନ୍ଦ୍ରଦୋଷହେତୁ ଯାତ୍ରାନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର,ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।
ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୩/୩୯ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଅଲାବୁ (ଲାଉ),ଦିବା ଘ୧୦/୪୪ମି ପରେ କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ ।
ଅଶୁଭ ବେଳା—(କାଳ ଓ ବାରବେଳା)ଦିବା ଘ୩/୧୦ମିରୁ ଘ୬/୨୬ମି ପର୍ଯ୍ୟନ୍ତ ।(କାଳରାତ୍ରି)ରାତ୍ରି ଘ୧୧/୫୩ମି ରୁ ଘ୧/୧୫ମି ପର୍ଯ୍ୟନ୍ତ।ଶୁଭବେଳା –(ଅମୃତବେଳା)ଦିବା ଘ୨/୫୬ମି ରୁ ଘ୫/୨୦ମିମଧ୍ୟେ,ରାତ୍ରି ଘ୭/୧୫ମିରୁ ଘ୯/୩୯ମିମଧ୍ୟେ,ଘ୧୨/୫୨ମି ରୁ ଘ୩/୧୬ମିମଧ୍ୟେ,ଘ୪/୫୧ମି ରୁ ରାତ୍ରିଶେଷ ଘ୫/୧୮ମିପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ନାହିଁ।ପୁଷ୍କରଦୋଷ- ପୁଷ୍କର ଦୋଷ ନାହିଁ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଦିବା ଘ୩/୩୯ମିପରେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା,ରଜଶ୍ଚକ୍ରେ ବେଶ୍ୟା,ଘୃତକାଂସ୍ୟପାତ୍ର,ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ,ଦିବା ଘ୧୦/୪୪ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ଶୁଭକର୍ମ-ଦିବା ଘ୧୦/୪୪ମିପରେ ଦ ବା ଘ୩/୩୯ମିମଧ୍ୟେ ପାରସ୍କର ମତେ ୧ନକ୍ଷତ୍ରେ ବିବାହ (ପାଣିଗ୍ରହଣ) ସୌମ୍ୟ କ୍ଷେତ୍ରସ୍ଥ ଚନ୍ଦ୍ରହେତୁ ପାପମଧ୍ୟ ଦୋଷ ନୁହେଁ(ରାଧାରମଣ)ପାରସ୍କର ମତେ ସୂର୍ଯ୍ୟୋଦୟ ଠାରୁ ଦିବା ଘ୨/୫୧ମି ପର୍ଯ୍ୟନ୍ତ ଅଶ୍ବିନୀ ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ, ନିର୍ବନ୍ଧ,ଭୂମିପୂଜା,ଗୃହାରମ୍ଭ,ଜଳାଶୟଆରମ୍ଭ, ଅନ୍ନପ୍ରାଶନ, ନବାନ୍ନ, ବିଦ୍ୟାରମ୍ଭ,ଦୀକ୍ଷାଗ୍ରହଣ,ବାଣିଜ୍ୟକରଣ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ) ଅଦ୍ୟ ଅଶ୍ବିନୀ ନକ୍ଷତ୍ରେ ଶୁଭବିବାହ,ବିଦ୍ୟାରମ୍ଭ, ନାମକରଣ, ବୃକ୍ଷରୋପଣ, ଦୀକ୍ଷା ଗ୍ରହଣ, ନବାନ୍ନ, କ୍ରୟବାଣିଜ୍ୟକରଣ,ନୂତନ ଯାନାରୋହଣ, ନାଟ୍ୟାରମ୍ଭ, ନବଦୋଳାଦ୍ୟାରୋହଣ, ହଳପ୍ରବାହ, ବୀଜବପନ, ନୌକାଗଠନ ଓ ଯାତ୍ରା, ଦେବତା ଗଠନ, ଦିବା ଘ୧୦/୪୭ମିଗତେ ଦେବତାପ୍ରତିଷ୍ଠା (ଅରୁଣୋଦୟ) ।
🐐ମେଷ👉ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟିକରିବାର ଆଶଙ୍କା ରହିଛି।
🐂ବୃଷ👉ଲାଲ୍ଗ୍ରହ ମଙ୍ଗଳ ରାଶିରେ ଅବସ୍ଥାନ କରୁଥିବାରୁ କଥା କଥାକେ ମନ ଉତ୍ତେଜନାପୂର୍ଣ୍ଣ ରହିପାରେ। ପରିବାର ରେ, କର୍ମକ୍ଷେତ୍ରରେ, ସଂଗଠନରେ, ସଭାସମିତିରେ ଚର୍ଚ୍ଚିତ ହୋଇପାରନ୍ତି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନାଦି ପ୍ରୀତିପ୍ରଦ ରହିବ।
👩❤️👨 ମିଥୁନ👉ତୃତୀୟାଧିପ ରବିଙ୍କ ସ୍ଥିତି ପ୍ରଭାବରେ ପଦସ୍ଥବ୍ୟକ୍ତିଙ୍କ ସହଯୋଗ ଦ୍ୱାରା କାର୍ଯ୍ୟ ହାସଲ କରିବେ। ଆଜିର ବିବାଦୀୟ ସ୍ଥିତି, ମକଦ୍ଦମା, ସଂଗଠନ କ୍ଷେତ୍ରରେ ସଫଳତା ନିଶ୍ଚିତ। ଜମିଜମା କିମ୍ବା ଗୃହ ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ସହଯୋଗର ଅଭାବ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ସନ୍ତୋଷ ଲାଭ କରିପାରନ୍ତି ।
🦀କର୍କଟ👉ସପ୍ତମକେନ୍ଦ୍ରସ୍ଥ ଚନ୍ଦ୍ର ଦୂରଯାତ୍ରା,ବ୍ୟବସାୟ, ପ୍ରତିଯୋଗିତା, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଅନୁପ୍ରେରିତ କରିବ। କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ରୁକ୍ଷତା ବନ୍ଧୁଙ୍କ ମନଦୁଃଖର କାରଣ ହୋଇପାରେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଦୁଶ୍ଚିନ୍ତା ଦୂର ହେବାର ସୂଚନା ରହିଛି।
🦁 ସିଂହ👉ଚତୁର୍ଥାଧିପତି ମଙ୍ଗଳ ରାଶିକୁ ଅବଲୋକନ କରୁଥିବାରୁ ଅନୁକୂଳ ବାତାବରଣ ସୃଷ୍ଟିକରି ବନ୍ଧୁପ୍ରିୟ କରାଇବ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ନିମନ୍ତେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
🧕କନ୍ୟା👉ଲାଭାଧିପତି କୋଣଭାବ ରେ ଥିବାରୁ ସନ୍ତାନଙ୍କ କୃତିତ୍ୱ, ରଚନାତ୍ମକ କାର୍ଯ୍ୟ ସାଙ୍ଗକୁ ପ୍ରତ୍ୟେକ କାମରେ ସଫଳତା ପାଇବେ। ପରିବାରରେ ବନ୍ଧୁମିଳନ, ସଭାସମିତିକୁ ନିମନ୍ତ୍ରଣ, ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି। କୌଣସି କଥାକୁ ଭଲ ରୂପେ ବିଚାର ନ କରି କାମକଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ।
⚖️ତୁଳା👉ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟ ବନ୍ଧୁଙ୍କ ସଙ୍ଗଲାଭ କରାଇପାରନ୍ତି। କୌଣସି ଜିନିଷ କ୍ରୟ ସକାଶେ ଅର୍ଥର ଅଭାବ ରହିବ ନାହିଁ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯାଇପାରେ। ଯାତ୍ରା, ବ୍ୟବସାୟ, ଲୋକସମ୍ପର୍କ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
🦂ବିଛା👉ଶନିଙ୍କ ପ୍ରତି ଗୁରୁଙ୍କ ଦୃଷ୍ଟି ଗୁରୁଶୌରୀ ଯୋଗ ସୃଷ୍ଟିକରି ଆର୍ଥିକ ଉନ୍ନତି, ସନ୍ତାନଙ୍କ ଗୌରବ, ନୂତନ କର୍ମାରମ୍ଭ କରାଇବ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ। ପାରିବାରିିକ ପ୍ରତିରୋଧ ଆପଣଙ୍କ କାମକୁ ଦୀର୍ଘସମୟ ଧରି ବିଶୃଙ୍ଖଳିତ କରିପାରିବ ନାହିଁ।
🏹ଧନୁ👉ଅଷ୍ଟମ କେନ୍ଦ୍ରରେ ଏକାଧିକ ଗ୍ରହ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ଅସ୍ଥିରତା ସୃଷ୍ଟି ହେବ। କ୍ରୀଡା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବନ୍ଧୁସମ୍ପର୍କ, ସାହିତ୍ୟକୃତି, ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। କର୍ମକ୍ଷେତ୍ରରେ ବନ୍ଧୁବର୍ଗ ଏବଂ ସହକର୍ମୀ ପରୋକ୍ଷଭାବରେ ଶତ୍ରୁତା କରିବେ।
🐊ମକର👉ବଳହୀନ ରାଶ୍ୟାଧିପତି ସାଙ୍ଗକୁ ଷଷ୍ଠାଧିପଙ୍କ ସପ୍ତମସ୍ଥିତି ପରିବାରରେ ମତଭେଦ, ସ୍ବାସ୍ଥ୍ୟହାନି ଓ ଅର୍ଥସଂକଟ ସୃଷ୍ଟିକରିବ। ଜଣେ ହିତାକାଂକ୍ଷୀ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ସହକର୍ମୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି।
🏺କୁମ୍ଭ👉ଆଜିର ଗ୍ରହ ପ୍ରତିକୂଳଜନିତ କୌଣସି କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ତଥାପି ବିଭିନ୍ନ ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।*
🐟ମୀନ👉ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ଯୋଗୁ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ପରିବାରରେ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣରେ ଅସନ୍ତୁଷ୍ଟ ରହିପାରନ୍ତି। ଆର୍ଥିକ ଅନଟନ ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାକୁ ସୁଧାରି ନେବାରେ ସମର୍ଥ ହେବେ।
🕉️【ନୀତି ବାଣୀ】🕉️
ଯେପର୍ଯ୍ୟନ୍ତ ଜଣେ କହୁଥିବ ଆଉ ଜଣେ ସହୁଥିବ ସେପର୍ଯ୍ୟନ୍ତ ସବୁ ଠିକ୍ ଥିବ।କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରେ ଯେତେ ପୁରୁଣା ସମ୍ପର୍କ ହେଇ ଥାଉନା କାହିଁକି,ସମ୍ପର୍କଭିତରେ ଫାଟ ସ୍ରୁଷ୍ଟି ହୋଇଥାଏ।
ଦାନାଖାଇ ଉଡିଯାଉଥିବା ପକ୍ଷୀକୁ ସମସ୍ତେ ଭଲ ପାଆନ୍ତି କିନ୍ତୁ ଅଇଁଠା ଖାଇ ଘର ଜଗୁଥିବା କୁକୁରକୁ ଘୃଣା କରିଥାନ୍ତି।ଠିକ୍ ସେମିତି ମିଠାକଥା କହି ମନ୍ଦ ପାଞ୍ଚୁ ଥିବା ଲୋକଙ୍କୁ ସମସ୍ତେ ଭଲପାଆନ୍ତି ହେଲେ ସତକହି ହିତ ପଞ୍ଚୁଥିବା ସମସ୍ତେ ଘୃଣା କରିଥାନ୍ତି।
ମଣିଷ ସଂସାରରୁ ଚାଲିଯିବାପରେ ସମାଜ ତା ନାମକୁ ଭୁଲିଯାଇପାରେ କିନ୍ତୁ ତା କର୍ମକୁ ଭୁଲେନାହିଁ,ଜୀବନରେ ସବୁବେଳେ ଏମିତି କର୍ମକରନ୍ତୁ,ଆପଣ ଜୀବିତ ଅବସ୍ଥାରେ ସମସ୍ତେ ଭଲପାଇବେ,ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ୍ୟ ମନେ ରଖିବେ।
ସତରେ ଜୀବନ ସମସ୍ତଙ୍କପାଇଁ ସମାନ ନୁହେଁ।କିଏ ଏଠି ଟଙ୍କାର ପାହାଡ଼ ଉପରେ ବସିଛିତ କିଏ ଏଠି ଦିନରାତି ଖଟିକିବି ନିଜର ଏବଂ ପରିବାରର ଅଭାବ ପୂରଣ କରିପାରୁନି।ସତରେ ଆଜି ପଇସାର ମୂଲ୍ୟଆଗରେ ସବୁ କିଛି ତୁଚ୍ଛ ହେଇଯାଇଛି।
ଅତି ଆପଣାର ହୋଇବାନି କେବେ
ପାଇବା ଅନେକ ଦୁଃଖ,
ଅଜ୍ଞାତରେ ଯଦି ହୋଇଯାଏ ଭୁଲ୍
ଛଡାଇନେବେ ସେ ସୁଖ ।
ସର୍ବଦା ଠିକ୍ ରାସ୍ତାରେ ଚାଲିବା ଆପଣ ମୃତ୍ୟୁଠାରୁ ଶିଖି ପାରିବେ ।
ପୁରନ୍ତାନଦୀ,ଶାସନକର୍ତ୍ତାଙ୍କ ଆଦର,ବ୍ୟବସାୟୀର ସ୍ନେହ….. ଏମାନଙ୍କୁ କେବେ ବିଶ୍ବାସକରିବ ନାହିଁଁ ।Life ଓ Time ମଣିଷର ସର୍ବଶ୍ରେଷ୍ଠ ଗୁରୁ । ଜୀବନ ଆମକୁ ସମୟକୁ Usage କରିବାକୁ ଶିଖାଏ ଏବଂ ସମୟ ଆମକୁ ଜୀବନର Value ବତାଏ….
ଆଜିର ରାଶିଫଳ
Prev Post
Next Post
