ବ୍ଲକ ସମ୍ମୁଖରେ ବିକ୍ଷୋଭ କଲେ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ

0 264

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ) ସୋମବାର ଦିନ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ ଚନ୍ଦକା ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବି ଡ଼ି ଓ ରମେଶ ଚନ୍ଦ୍ର ସେଠିଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୈନିକ ମଜୁରୀ 600 ଟଙ୍କା ସହିତ 200 ଦିନର କାମର ଗ୍ୟାରେଣ୍ଟି ମଜୁରୀ ପ୍ରଦାନରେ ଜାତି ଭିତିକ ଭେଦଭାବ ନକରିବା ନିମନ୍ତେ ଅଧିକ ଅର୍ଥ ବ୍ୟୟବରାଦ କରିବା ସହ କାମ କରିଥିବା ଶ୍ରମିକଙ୍କ ବକେୟା ପାଉଣା ତୁରନ୍ତ ପ୍ରଦାନ ସହିତ ମନରେଗା ଯୋଜନାରେ ହେରାଫେରୀ ବନ୍ଦ କରିବା ଦାବି କରିଛି ଆଞ୍ଚଳିକ କମିଟି।

ଏହି କାର୍ଯ୍ୟକ୍ରମରେ ଓଡିଶା କ୍ଷେତ ମଜଦୁର ୟୁନିଅନ ରାଜ୍ୟ ଉପଦେଷ୍ଟା,ସାଥୀ ଜଗନ୍ନାଥ ମିଶ୍ର ,ଓଡିଶା କୃଷକସଭା ରାଜ୍ୟ ସଭାପତି ସାଥୀ ଜମେଶ୍ୱର ସାମନ୍ତରାୟ, ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସମ୍ପାଦକ ସାଥୀ ସାଲ ମାର୍ଣ୍ଡି, ଓଡିଶା କ୍ଷେତ ମଜଦୁର ୟୁନିଅନ ଭୁବନେଶ୍ୱର ଜିଲ୍ଲା କମିଟି ଆବାହକ ଓଡିଶା ଆଦିବାସୀ ଅଧିକାର ମଞ୍ଚ ଭୁବନେଶ୍ୱର ଜିଲ୍ଲା କମିଟି ସମ୍ପାଦକ ସାଥୀ ରବୀନ୍ଦ୍ର ଟୁଡୁ ଓଡିଶା କ୍ଷେତ ମଜଦୁର ୟୁନିଅନ ଭୁବନେଶ୍ୱର ଜିଲ୍ଲା କମିଟି ଆବାହକ ସାଥୀ ଜୟ ପ୍ରକାଶ ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇଥିଲେ।(ପ୍ରଭାକର ମହାପାତ୍ରଙ୍କ ରିପୋର୍ଟ)

Leave A Reply

Your email address will not be published.