ଫେସବୁକରୁ ପ୍ରେମ,ଆଉ ତାପରେ ପ୍ରତାରଣା

0 228

କଟକ, ୨୬/୭(ଏସଏସନିୟୁଜ) ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ।ତାପରେ ସମ୍ପର୍କ ନିବିଡ ହେବାପରେ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ଅନେକ ଥର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।ଶେଷରେ ବିବାହ କରିବାକୁ ଯିଦ ଧରିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିଦେଇଥିଲେ ।ଏହିଭଳି ଅଭିଯୋଗ ଜଗତପୁର ଥାନାରେ ପୀଡିତା ଛାତ୍ରୀ ଜଣଙ୍କ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଗତ ୨ ବର୍ଷ ତଳେ ଛାତ୍ରୀ ଜଣଙ୍କ ସହିତ ଫେସବୁକ ଜରିଆରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କର ସମ୍ପର୍କ ଗଢିଉଠିଥିଲା । ସମ୍ପର୍କ ନିବିଡ ହେବାପରେ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ଅନେକ ଥର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏମିତି କି ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ମୋବାଇଲରେ ରେକର୍ଡ କରିଥିଲେ । ଛାତ୍ରୀଙ୍କର ଇନଷ୍ଟାଗ୍ରାମର ପାସୱାର୍ଡ ଦେଇ ଯୁବକ ଜଣଙ୍କ ରଖିବା ସହ ବ୍ୟବହାର କରୁଥିଲା । ଛାତ୍ରୀ ଜଣଙ୍କ ସମ୍ପୃକ୍ତ ଯୁବକକୁ ବିବାହ ପାଇଁ କହିବାରୁ ଯୁବକ ଜଣଙ୍କ ପ୍ରତାରଣା କରିବା ସହ ଛାତ୍ରୀ ଜଣଙ୍କର ଇନଷ୍ଟାଗ୍ରାମରେ ଯୁବକ ଜଣଙ୍କ ପାସୱାର୍ଡ ଦେଇ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିଦେଇଥିଲେ । ଏହାଜାଣିବାପରେ ପୀଡିତା ପରିବାର ସହ ଯାଇ ଜଗତପୁର ଥାନାରେ ସଂପୃକ୍ତ ଯୁବକଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.