ବିମସି ପରେ ସିଏମସି ଲାଗୁ କଲା କଟକଣା

0 349

କଟକ ,୩/୪(ଏସ୍‌ଏସ୍‌ନିୟୁଜ) ବିମସି ପରେ ସିଏମସି ଲାଗୁ କଲା କଟକଣା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କୋଭିଡ୍ ସଂକ୍ରମମଣ ବୃଦ୍ଧି ଦୃଷ୍ଟିରୁ କଟକ ମୁନିସପାଲଟି କର୍ପୋରେସନ ଆଜି ଆଣିଛି ନୂତନ ଗାଇଡ଼ ଲାଇନ। ଆସନ୍ତା ୬ ରୁ ଲାଗୁହେବ ଏହି କଟକଣା। ଏଥର ବିବାହ ଉତ୍ସବ ରେ ଯୋଗଦେଇ ପାରିବେ ମାତ୍ର ୧୦୦ ଜଣ। ସେହିପରି ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ଉପସ୍ଥିତ ହେବାର ଅନୁମତି ପ୍ରଦାନ କରାଯାଇଛି। ଏପ୍ରିଲ ୬ ରୁ ସମସ୍ତ କାର୍ଯ୍ୟକ୍ରମ,ସମାବେଶ, ସମ୍ମିଳନୀ ଓ କନ୍‌କ୍ଲେଭ କୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କୌଣସି ପ୍ରକାରର ଆନୁଷ୍ଠାନିକ ଉତ୍ସବ, ସମାରୋହ ଓ କାର୍ଯ୍ୟକ୍ରମ, ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନ, କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ହୋଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।ଏହି ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ‌

 

Leave A Reply

Your email address will not be published.