ବୋମା ମାଡ କରିବୁ

 ଆଜିର ଖବର,ତାରିଖ–୨୫-୦୬-୨୦୨୧(ଶୁକ୍ରବାର)

0 491

୧. ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୨. ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା ।
୩. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।
୪. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ ।
୫. ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଯିବାକୁ ନିଷ୍ପତି, ହେବ ଗୋଲ୍ଡ କ୍ୟାଟେଗୋରି ।
୬. ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ, ଭିଜିଲାନସ ନିର୍ଦ୍ଦେଶକ ହେଲେ ଯଶୱନ୍ତ ଜେଠୱା ।
୭. ‘୬ ଜିଲ୍ଲାରେ ସଂକ୍ରମଣ ଅଧିକ, ୩ ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ’ । ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଛି ।
୮. ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ ।
୯. ରାଜ୍ୟରେ ସାଢ଼େ ୩ କୋଟି ଟଙ୍କାର କୃଷି ସବ୍‌ସିଡି ଜାଲିଆତି, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ଖୋଳତାଡ଼ ।
୧୦. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।
୧୧. ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ ।
୧୨. ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା ।
୧୩. ରାଜ୍ୟରେ ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ, ଯାହା ଷ୍ଟକ୍‌ ଅଛି ଫେରାଇବାକୁ ନିର୍ଦେଶ ।
୧୪. ସୁପ୍ରିମକୋର୍ଟଙ୍କ ତାଗିଦ ପ​‌ରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର ।
୧୫. ଭାରତୀୟ ତୀରନ୍ଦାଜୀ ଦମ୍ପତ୍ତି ଅତନୁ ଦାସ ଓ ଦୀପିକା କୁମାରୀ ଆର୍ଚେରୀ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଏହି ଦମ୍ପତ୍ତି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି ।
୧୬. ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ଗତ କାଲି ରାଜ୍ୟରେ ଆଉ ୩ ହଜାର ୪୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୪୯୮ କୁ ବୃଦ୍ଧି ପାଇଛି ।
୧୭. ବ୍ରିଟେନ୍‌କୁ ଋଷର ଚେତାବନୀ, କହିଲା- ପୁଣି ଥରେ ଅନୁପ୍ରବେଶ କଲେ ବୋମା ମାଡ କରିବୁ ।
୧୮. ଗତ କାଲି ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ ୪୯୬: ସୁସ୍ଥ ହେଲେ ୪୧୦ କରୋନା ଆକ୍ରାନ୍ତ।
୧୯. କାମ କରୁ ନାହିଁ ଚୀନ୍ ଟିକା । ଚୀନ୍ ଟିକା ବ୍ୟବହାର କରୁଥିବା ଦେଶରେ ବଢ଼ୁଛି କରୋନା ସଂକ୍ରମଣ ।
୨୦. ଦେଶରେ ତୃତୀୟ ଲହରର ଚର୍ଚ୍ଚା ଭିତରେ ଚିନ୍ତା ବଢ଼ାଉଛି ଡେଲଟା ପ୍ଳସ୍ । ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ନୂଆ ଲକ୍ଷଣ, ପେଟ ସମସ୍ୟା ସହ ଦେଖା ଦେଉଛି ଗଣ୍ଠିଘୋଳା ବିନ୍ଧା ।
୨୧. ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛି, ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
୨୨. ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ ।
୨୩. ଆଜି ପାଇଁ ଏହି ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ – ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେଓଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼ ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।
୨୪. ହାତୀବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । କୋଭିଡ଼୍ କଟକଣାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା । ଅଣସର ପହଣ୍ଡିରେ ପୂଜା ପାଇବେ ପଟ୍ଟିଦିଅଁ , ଶୁକ୍ରବାରଠୁ ଅଲାରନାଥ ଦର୍ଶନ ।
୨୫. ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ।
କରୋନା ଟିପ୍ସ୍: ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ହାତ ଧୋଇବା କୋଭିଡ୍ ପ୍ରତିରୋଧ ପାଇଁ ଏକମାତ୍ର ଉପାୟ । ଏହାକୁ ଅଣଦେଖା କରନ୍ତୁ ନାହିଁ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

Leave A Reply

Your email address will not be published.