ଆଜିର ଅନୁଚିନ୍ତା

ତାରିଖ : ୨୫/୦୬/୨୦୨୧,ଶୁକ୍ରବାର

0 224

?”ଅନ୍ୟର କଷ୍ଟକୁ ଦେଖୁ ଯଦି ଆପଣ ଦୁଃଖ ଅନୁଭବ କରୁଛନ୍ତି , ତେବେ ଜାଣିରଖନ୍ତୁ ଯେ ଈଶ୍ବର ଆପଣଙ୍କୁ ମଣିଷ ଜନ୍ମ ଦେଇ କିଛି ବି ଭୁଲ କରିନାହାନ୍ତି !
?”ଆପଣଙ୍କ ମୁହଁର ସେଇ ଛୋଟିଆ ହସ ହେଉଛି ଏମିତି ଏକ ଔଷଧ ଯାହା ଦ୍ଵାରା ଆପଣ ନିଜ ଶତୃର ହୃଦୟକୁ ବି ଜୟ କରି ପାରିବେ !
?”ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା ” ବିଶ୍ଵାସ ” , ଆଉ ଯାହାକୁ ଅର୍ଜନ କରିବାକୁ ବର୍ଷ ବର୍ଷ ଲାଗିଯାଏ , କିନ୍ତୁ ହରେଇବାକୁ ମାତ୍ର ଗୋଟିଏ ସେକେଣ୍ଡ ହିଁ ଯଥେଷ୍ଟ !
?”ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ସାରା ଜୀବନ ଆନନ୍ଦ ନିଅ , ମିଥ୍ୟା ଏକ ଏପରି ଋଣ ଯେଉଁଥିରେ କ୍ଷଣିକ ସୁଖ ପାଅ ଆଉ ଜୀବନ ସାରା ଶୁଝୁ ଥାଅ !
?”ଏ ମିଛ ମାୟା ଦୁନିଆରେ କିଏ କେତେଦିନ ବଞ୍ଚିବ କେହି ଜାଣି ନାହାନ୍ତି , ତ କଣ ପାଇଁ ଏ ରାଗ , ଅଭିମାନ ଆଉ ଗର୍ବ , ସବୁକିଛି ଭୁଲିଯାଇ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ !
?” ଅହଙ୍କାର ” ଆଉ ” ସଂସ୍କାର ” ଭିତରେ କେବଳ ଫରକ ଏତିକି ଯେ ‘ ଅହଙ୍କାର ” ଅନ୍ୟର ମଥା କୁ ନୂଆଁଇ ଖୁସି ହେଲା ବେଳେ ” ସଂସ୍କାର ” ନିଜେ ନଇଁ ଯାଇ ଖୁସି ହୋଇଥାଏ !
?ଲୋକେ କୁହନ୍ତି ଖୁସି ବାଣ୍ଟିଲେ ସରେ ନାହିଁ ବରଂ ବଢିଥାଏ, କିନ୍ତୁ ଆଜିର ଦୁନିଆରେ ଖୁସି ବାଣ୍ଟିଲେ ଶତ୍ରୁତା ମିଳିଥାଏ ।
?କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।
?ଯେଉଁ ପୁରୁଷ ଶରୀର ରକ୍ଷା ପାଇଁ ଯୋଗ ସାଧନା କରନ୍ତି ସେମାନେ ଯୋଗୀ ନୁହଁନ୍ତି ସେମାନେ ଭୋଗୀ, ମାତ୍ର ଯିଏ କେବଳ ବ୍ରାହ୍ମୀସ୍ଥିତିକୁ ପ୍ରାପ୍ତ କରନ୍ତି ସେ ହିଁ ବାସ୍ତବ ଯୋଗୀ ।
?ପ୍ରତ୍ୟେକ ଦିନକୁ ଜୀବନର ପ୍ରଥମ ଦିନ ମନେକରି ସୁ କାର୍ଯ୍ୟ ର ଶୁଭାରମ୍ଭ କର……….”ଏବଂ ” ପ୍ରତ୍ୟେକ ଦିନକୁ ଜୀବନର ଅନ୍ତିମ ଦିନ ମନେକରି କୁ କାର୍ଯ୍ୟ ରୁ ନିବୃତ ରୁହ………..।
?ଆଜି କାଲିର ସମ୍ପର୍କ Service ପରି ହୋଇଗଲାଣି,
ଭଲ Offer ମିଳିଗଲେ ଲୋକେ ପୁରୁଣାକୁ ଭୁଲି ଯାଉଛନ୍ତି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ମା ସନ୍ତୋଷି ଙ୍କ ନିକଟରେ କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ଘଣ୍ଟ ଘୋଡାଇ ନିରୋଗ ରଖନ୍ତୁ ଆପଣଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି ହେଉ ମାଙ୍କ ନିକଟରେ ଏତିକି ପ୍ରାର୍ଥନା ।।ଜୟ ଜଗନ୍ନାଥ,ଜୟ ସୋମନାଥ ।।

 

Leave A Reply

Your email address will not be published.