ବୃକ୍ଷରୋପଣ କଲେ କର୍ପୋରେଟର

ଚନ୍ଦ୍ରଶେଖରପୁର,୩୦।୯(ଏସଏସ ନିଉଜ)ମଙ୍ଗଳବାରଦିନ ବିଏମ୍ସିର ୩ନମ୍ୱର ୱାର୍ଡ କର୍ପୋରେଟରଲକ୍ଷ୍ମୀପ୍ରିୟା ପରିଡ଼ା ବୃକ୍ଷରୋପଣ କରିଛନ୍ତି।ଏହି ଉପଲକ୍ଷେ ବରଦେବି କଲୋନୀ ବାସିନ୍ଦାମାନଙ୍କ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶସ୍ମାନରେ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଯୋଗାଉଥିବା ବୃକ୍ଷସବୁ ଉପସ୍ଥିତ ଥିବା ଅନ୍ୟତମ ଅତିଥି ବିଜେପି ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସମ୍ପାଦକ ତଥା ପଟିଆ ଗ୍ରାମମଙ୍ଗଳ ସମିତି ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ଓ ବରିଷ୍ଟ ନାଗରିକ, ମୂରବୀ ଓ ମହିଳାମାନେ ଲଗାଇ ଥିଲେ।ପରିବେଶ ସୁରକ୍ଷା ସହ ଆଗାମୀ ପିଢ଼ିମାନଙ୍କ ପାଇଁ ଥିବା ଆମର ଦାୟିତ୍ଵବୋଧକୁ ବଜାୟ ରଖିବା ଓ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି କର୍ପୋରେଟର କହିଛନ୍ତି।ଏହାସହ ଲଗାଯାଇଥିବା ଗଛକୁ ଦାୟିତ୍ଵ ନେଇ ବଢିବା ପର୍ଯ୍ୟନ୍ତ ଯତ୍ନ ନେବାକୁ ସମସ୍ତେ ଶପଥ ମଧ୍ୟ ନେଇଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.