ମନ୍ଦିର ବି ଛାଡ଼ିଲେନି ଚୋର…

ମନ୍ଦିର ତାଲା ଭାଙ୍ଗି ଚୋରୀ

କଟକ, ୨୯।୯(ଏସଏସନିଉଜ) ରବିବାର ବିଳମ୍ବିତ ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ କୁହ୍ନେଇଁପଡା ମୌଜାରେ ଥିବା ରାମେଶ୍ବର ମନ୍ଦିରର କବାଟ ଭାଙ୍ଗି ଚୋରମାନେ ଅଳଙ୍କାର ଘଣ୍ଟ ଓ ପୂଜା ସାମଗ୍ରୀ ଆଦି ଚୋରୀ କରିନେଇଛନ୍ତି।ଏହାସହ ମନ୍ଦିର ଆଗରେ ରହିଥିବା ଦାନବାକ୍ସକୁ ଭାଙ୍ଗି ତାଭିତରେ ଥିବା ଭକ୍ତମାନେ କରିଥିବା ଦାନ ନେଇଯାଇଛନ୍ତି। ସୋମବାର ଭୋର ସମୟରେ ପୂଜକ କେଶବ ଚନ୍ଦ୍ର କର ପୁଜା କରିବାକୁ ଆସିବା ବେଳେ ମନ୍ଦିର ଗେଟରେ ପଡ଼ିଥିବାତାଲା ଭଙ୍ଗା ଯାଇଥିବାର ଦେଖି ମନ୍ଦିର କମିଟିକୁ ଜଣାଇଥିଲେ।କମିଟିର କର୍ମକର୍ତ୍ତା ମାନଙ୍କଠାରୁ ଖବରପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.