ଧନ୍ୟବାଦ୍ ନେତାଜୀ କ୍ଲବ୍

ବୃଦ୍ଧଙ୍କୁ ଉଧାରକରି ପରିବାରକୁ ଦେଲେ

କଟକ,୨୯।୯(ଏସଏସନିଉଜ) ସୋମବାର ଅପରାହ୍ନରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଏକ ଆପର୍ଟ୍ ମେଣ୍ଟ ଆଗରେ ଅସହାୟ ଅବସ୍ଥାରେ ଥିବା ଜଣେ ବୃଦ୍ଧଙ୍କୁ ନେତାଜୀ କ୍ଲବର ଯୁବକମାନେ ଉଦ୍ଧାର କରି ପୋଲିସ ସହାୟତାରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
ପ୍ରକାଶଯେ,ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହରା ଗ୍ରାମର ଚର୍ତୃଭୁଜ ସାହୁ (୮୨) ନାମକ ବୃଦ୍ଧ ଗତ କିଛିଦିନ ହେବ ଭୁବନେଶ୍ବର ଲିଙ୍ଗିପୁର ଅଂଚଳରେ ରହୁଥିବା ପୁଅ ସହ ରହୁଥିଲେ। ରବିବାର ସକାଳେ ଘରୁ ବାହାରକୁ ଆସି ଆଉ ଘରକୁ ଫେରିନଥିଲେ। ଏସଂପର୍କରେ ସୋମବାର ସକାଳେ ପୁଅ ଚନ୍ଦନ କୁମାର ସାହୁ ବାପା ଚର୍ତୃଭୁଜଙ୍କ ନିଖୋଜ ନେଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। ସୋମବାର ଅପରାହ୍ନରେ ଚର୍ତୃଭୁଜ ତ୍ରିଶୂଳିଆ ବାଙ୍କୀ ମୁଖ୍ୟ ରାସ୍ତାକଡ ଏକ ଘରୋଇ ଆପାର୍ଟ୍ ମେଣ୍ଟ ସାମ୍ନାରେ ଅଚେତ ଅବସ୍ଥାରେ ପଡ଼ିଥିବାର ବ୍ରାହ୍ମଣୀଗାଁର ଅଗ୍ରଣୀ ନେତାଜୀ କ୍ଲବର କେତେଜଣ ସଦସ୍ୟ ଦେଖିବାକୁ ପାଇଥିଲେ। ପୋଲିସକୁ ଏ ବିଷୟରେ ସୂଚନା ଦେବା ସହ ଚର୍ତୃଭୁଜଙ୍କ ଚେତା ଫେରାଇ ନିକଟସ୍ତ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ବାରଙ୍ଗଥାନା ପୁଲିସଠାରୁ ସୂଚନା ପାଇ ପରିବାର ଲୋକ ଆସି ପୁଲିସ ଉପସ୍ଥିତରେ ଚର୍ତୃଭୁଜକୁ ସାଙ୍ଗରେ ନେଇ ଘରକୁ ଫେରିଥିଲେ।ଏହି ଘଟଣା ପରେ ନେତାଜୀ କ୍ଲବର ସଦସ୍ୟମାନଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.