ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

ଗ୍ରାମବାସୀଙ୍କ ବିରୋଧ

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି।
ପ୍ରକାଶଯେ, ବାରଙ୍ଗବ୍ଲକ ପକ୍ଷରୁ ଭୁବନପୁର ଗ୍ରାମର କଚ୍ଚାମୁଖ୍ୟରାସ୍ତାକୁ ପକ୍କା ରାସ୍ତା କରିବା ପାଇ ସରକାରୀ ଅନୁଦାନ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଜମି ବ୍ୟବସାୟୀଙ୍କ କିଛି ବେସରକାରୀ ଜମି ରହୁଥିବାର ଜଣାପଡି ଛି।ଏହି ଜାଗାରେ ପକ୍କା ରାସ୍ତା କରିବା ପାଇଁ ଠିକାଦାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।ଯାହାକୁ ନେଇ ଗ୍ରାମବାସୀମାନେ ବିରୋଧ କରି ଏବିଷୟରେ ଲୋକପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ସେହି ବେସରକାରୀ ଜମିରେ ରାସ୍ତା ନିର୍ମାଣ କରାଗଲେ ବିଲଡର ଉପକୃତ ହେବାକୁଥିବାର ଗ୍ରାମବାସୀମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।ଏବେ ସ୍ଥାନୀୟ ପ୍ରଶାସନ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତଦନ୍ତ କରି ପକୃତ ସତ୍ୟାସତ୍ୟକୁ ଜାଣିବା ପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

- Advertisement -

Leave A Reply

Your email address will not be published.