ଭୁବନେଶ୍ବର,୨୦/୫(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱର ରେଣ୍ଟାଲ କଲୋନିରେ ଏକ ବସ୍ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବସ୍ ଭିତରୁ ମିଳିଥିବା ଗଳିତ ମୃତଦେହକୁ ନୟାପଲ୍ଲୀ ପୋଲିସ ଉଦ୍ଧାର କରିଥିବାବେଳେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । କିଏ ଓ କାହିଁକି ଏହି ହତ୍ୟାକାଣ୍ଡ କରିଛି, ତାହା ଏବେବି ଅସ୍ପଷ୍ଟରହିଛି । ଘଟଣାକୁ ନେଇ ପୋଲିସ ନିଜର ଛାନଭିନ୍ ଜାରି ରଖିଛି ।