ବ୍ଲାକ ପରେ ଆସିଲା ହ୍ବାଇଟ୍‌

ଖବର ଆଜିର,ତାରିଖ ୨୧-୦୫-୨୦୨୧/ ଶୁକ୍ରବାର

0 924

୧-ଜୁନ୍ ରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମିଳିବ ଆଣ୍ଟି-କୋଭିଡ୍ ମ୍ୟାଡିସନ୍ ୨ ଡିଜି: ଡ.ରେଡ୍ଡୀଜ ଲ୍ୟାବର ଘୋଷଣା ।
୨-ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ
୩-ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍‌ ଫଙ୍ଗସ; ବିହାରରେ ୪ ରୋଗୀ ଚିହ୍ନଟ, ଅଧିକ ପ୍ରାଣଘାତୀ।
୪-୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ କହିଲା ୨୬ ତାରିଖ ରାତି ୯ଟାରେ ଚାନ୍ଦବାଲିରେ ହୋଇପାରେ ଲ୍ୟାଣ୍ଡଫଲ୍
୫-ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର : ସତର୍କ କରାଇଲେ ବୈଜ୍ଞାନିକ ।
୬-କରୋନା କାଳରେ କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ । ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ପ୍ରେସମିଟରେ ସୂଚନା ଦେଲେ ପୋଲିସ ଡିଜି ।
୭-ଏବେ ନିଜେ କରି ପାରିବେ କରୋନା ଯାଞ୍ଚ, ବଜାରରେ ଶୀଘ୍ର ଉପଲବ୍ଧ ହେବ ଟେଷ୍ଟିଂ କିଟ୍ ।
୮-ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାରରେ ଧ୍ୱଂସର ତାଣ୍ଡବ ରଚିଲା କରୋନା । ଆଖି ବୁଜିଲେ ବଡ ପୁଅ ଯଶୋବନ୍ତ । ଆଗ ରୁ ହୋଇଥିଲା ମଝିଆ ପୁଅର ମୃତ୍ୟୁ .
୯-ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’ : ସ୍କାଏମେଟ୍ ।
୧୦-କରୋନା କାଳରେ ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ଏବେ ଅଧା ଦାମରେ ମିଳିବ ଡିଏପି ସାର ।
୧୧-କେରଳରେ ଇତିହାସ ରଚିଲା ବାମ ମେଣ୍ଟ: ୨୦ ମନ୍ତ୍ରୀଙ୍କ ସହ ଶପଥ ନେଲେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।
୧୨-ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଗର୍ଜିଲେ ମମତା, କହିଲେ- ଆମକୁ କେବଳ କାଠ ପିତୁଳା କରି ବସାଇ ଦିଆଗଲା, କହିବାକୁ ବି ଦେଲେନି ।
୧୩-ନକଲି ପଞ୍ଜୀକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ : ପୁଲିସ ଡିଜି ।
୧୪-ଦେଶରେ ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, କିଛି ଲୋକ ନାକ ତଳକୁ ମାସ୍କ ପିନ୍ଧୁଛନ୍ତି । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
୧୫-ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହେଲେ ହୃଷୀକେଶ ମଲ୍ଲିକ ।
୧୬-ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ : କୋଭିଡ୍ ରେ ବାପା-ମା ଙ୍କୁ ହରାଇଥିବା ପିଲାଙ୍କୁ ନବୋଦୟ ସ୍କୁଲରେ ମାଗଣା ଶିକ୍ଷା ଦେବାକୁ ଦାବି ।
୧୭-ମହାମାରୀ ମୁକାବିଲା । ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୮-କରୋନାରେ ଆଖି ବୁଜିଲେ ରାଜସ୍ଥାନର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ ।
୧୯-ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର ।
୨୦-ଆରବ ସାଗରରେ ଓଏନଜିସି ଜାହାଜ ବୁଡ଼ ଘଟଣା : ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି, ଏବେବି ୩୮ ନିଖୋଜ ଅଛନ୍ତି ।
୨୧-ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା : ଦୋଷୀମାନଙ୍କୁ ମୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।
୨୨-ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତକୁ ବୃଦ୍ଧି ।
୨୩-ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍, ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ।
୨୪-ଇଂଲଣ୍ଡରେ ଆଇପିଏଲ୍‌ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା; ୨୯ରେ ବିସିସିଆଇର ସ୍ୱତନ୍ତ୍ର ବୈଠକରେ ହେବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶୁଭ ସକାଳ,ସୁପ୍ରଭାତ।
କରୋନାକୁ କାବୁ କରିବାର ସୁବର୍ଣ୍ଣ ନିୟମ- ଟୀକାକରଣରେ ବିବାଦ ନାହିଁ , ହାତ ଧୋଇବାରେ ସାଲିସ୍ ନାହିଁ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାରେ ଅବହେଳା ନାହିଁ – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର।

Leave A Reply

Your email address will not be published.