ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ୨ମୃତ

0 60

ସାଲେପୁର,୨।୧(ଏସଏସନିଉଜ) ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ପ୍ରତି ମୃତକଙ୍କ ପରିବାର ପିଛା ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି।ଅନ୍ୟପଟେ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପରିବହନ କମିଶନର ଅମିତାଭ ଠାକୁର। ଏସସିବି କାଜୁଆଲିଟିରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ଯବସ୍ଥା ପଚାରି ବୁଝିଛନ୍ତି।

Leave A Reply

Your email address will not be published.