କୁଆଖିଆ,୪/୧୨(ଏସଏସନିୟୁଜ) ଶୁକ୍ରବାର ରାତିରେ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରରରେ ଥିବାଏମଏସ ଜୁଏଲାରି ଦୋକାନ ମାଲିକଙ୍କଠାରୁ ଲୁଟ ପାଇଁ ଡକାୟତମାନେ ଗୁଳିମାଡ କରିଛନ୍ତି ।ଏଥିରେ ଦୋକାନମାଲିକ ଆଶିଷ ପାତ୍ର ଓ ଦୋକାନ କର୍ମଚାରୀ ସୋନୁ ସାହୁ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନଙ୍କପାଇଁ ଲୁଟ ନକରି ଡକାୟତମାନେ ଖାଲିହାତରେ ଯାଇଛନ୍ତି ।ସବୁଦିନଭଳି ଶୁକ୍ରବାରରାତିରେ ଦେବାଶିଷ ପାତ୍ର ଦୋକାନ ବନ୍ଦ କରି ମେଡିକାଲ ଛକ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ କଳାପଲସରରେ ୩ଜଣ ଆସି ତାଙ୍କ ମୁହଁକୁ ଲଙ୍କାଗୁଣ୍ଡ ପକାଇ ପାଖରେ ଥିବା ବ୍ୟାଗକୁ ଛଡାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପଛରେ ଅନ୍ୟ ଏକ ବାଇକ୍ରେ ଆସୁଥିବା ଦେବାଶିଷଙ୍କ ସାନଭାଇ ଆଶିଷ ପାତ୍ର ଓ ଜଣେ ଦୋକାନ କର୍ମଚାରୀ ସୋନୁ ସାହୁ ସେଠାରେ ପହଞ୍ଚି ଡକାୟତମାନଙ୍କ ସହିତ ମୁକାବିଲା କରିଥିଲେ।ପାଟିଶୁଣି ସ୍ଥାନୀୟ ଲୋକମାନେ ଆସିଯିବାରୁ ଦୁର୍ବୃତ୍ତମାନେ ପ୍ରଥମେ ବ୍ଲାଙ୍କ ଫାୟାର ଓ ପରେ ଆଶିଷ ପାତ୍ର ଓ ସୋନୁ ସାହୁଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି
