ନାବାଳକ ଚା ଦୋକାନୀକୁ ଗୋଇଠାମାରି ନିଲମ୍ବିତହେଲେ ପିସିଆରର ଡ୍ରାଇଭର

0 179

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଚା’ ଦୋକାନୀ ନାବାଳକକୁ ଗୋଇଠା ମାଡ ଘଟଣା ମହଙ୍ଗା ସାବ୍ୟସ୍ତ ହୋଇଛି ।ଏହି ଘଟଣାରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ୨୯ ନମ୍ବର ପିସିଆରର ହୋମଗାର୍ଡ ଡ୍ରାଇଭର ଏ.କେ. ବିଶ୍ୱାଳକୁ ନିଲମ୍ବିତ କରିଛନ୍ତି।ଏହାସହ ପିସିଆର୍‍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକାକୁ ନେଇ ଜଣେ ଅତିରିକ୍ତ ଡିସିପି ତଦନ୍ତ କରିବେ। ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଡିସିପି କହିଛନ୍ତି। ଗତ ୨୯ ତାରିଖରେ କେସୁରା ଛକରେ ଏକ ଦୋକାନ ଖୋଲା ଥିବା ଦେଖି ପିସିଆର୍‍ ଭ୍ୟାନ ରୋକିବାସହ ଦୋକାନରେ ବସିଥିବା ନାବାଳକକୁ ମାଡ ଓ ଗୋଇଠାମାରି କ୍ଷୀର ଓ ବ୍ରେଡ୍‍ ନେଇ ଯାଇଥିବା ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.