ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଭୁବନେଶ୍ୱର ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି। ହୋଟେଲ୍ ସାଉଥ୍ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ଅଭିଯୋଗ ଆସିଥିଲା। ଗତକାଲି ଭୁବନେଶ୍ୱର କମିସନରେଟ ପୁଲିସ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଥିଲା। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ପ୍ରସନ୍ନଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି ।

