ପୋଖରୀରୁ ହାତବନ୍ଧା ଶବ ଉଦ୍ଧାର

କେନ୍ଦୁଝର , ୨୪/୧୦(ଏସଏସନିୟୁଜ) ପଣ୍ତାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ବୁଢ଼ାଖମଣ ସାହିର ଏକ ପରିତ୍ୟକ୍ତ ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ରିନା ଦଣ୍ତପାଟ (୨୦) ନାମକ ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।ମା ଓ ଝିଅ ଶନିବାର ରାତିରେ ଗୋଟିଏ ଘରେ ଶୋଇôଥିବାବେଳେ ବିଳମ୍ବିତରାତିରେ ରିନା ବାହାରକୁ ଆସି ଆଉ ଘରକୁ ଫେରିନଥିଲା ।ପରିବାରଲୋକ ବହୁଖୋଜାଖୋଜି ପରେ ପତାମିଳିନଥିବାବେଳେ ପରିତ୍ୟକ୍ତ ଗାଡ଼ିଆରେ ମୃତଦେହ ଭାସୁଥିବାର ଜାଣିବାକୁ ପାଇଥିଲେ । ରିନାଙ୍କ ହାତ ଦୁଇଟି ପଛକୁ ବନ୍ଧା ଯାଇଥିବା ଏବଂ ନିକଟରେ ଥିବା ଏକ ମହୁଲ ଗଛ ପାଖରୁ ତାଙ୍କ ଅନ୍ତଃବସ୍ତ୍ର ଓ ଚପଲ ପଡ଼ିଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।ପୋଲିସ ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.