ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

0 175

ଚୌଦ୍ୱାର, ୨୦/୧୧(ଏସଏସନିୟୁଜ) ୧୦୮ ଆମ୍ବୁଲାନ୍ସ ଚଳନ୍ତା ଅବସ୍ଥାରେ ପଛ ଚକାଟି ଫାଟି ବାହାରିଯାଇଛି ।ରୋଗୀ ନଥିବାରୁ ନିଶ୍ଚିତ ରୁପେ ଏକ ଦୁର୍ଘଟଣାରୁ ବର୍ତିଯାଇଛି ।କିନ୍ତୁ ସୈାଭାଗ୍ୟବଶତ ୧୦୮ର ଚାଳକ ଓ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି । ଅଭାବନୀୟ ଘଟଣାଟି ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଘଟିଛି । ଓଡ଼ି୦୨ଏୱାଇ୦୫୮୦ନଂ ୧୦୮ ଆମ୍ବୁଲାନ୍ସ ଢେଙ୍କାନାଳରୁ କଟକ ଅଭିମୁଖେ ଅସୁଥିଲା । ଆମ୍ବୁଲାନ୍ସ ଟି ଚାଉଳିଆ ପୋଲ ଉପରେ ପହଁଚିବାବେଳକୁ ତାର ପଛର ବାମ ପଟ ଚକାଟି ଫାଟି ବାହାରି ଯାଇ ଘୋଷାରି ଘୋଷାରି ଯାଇ ଅଟକି ଯାଇଥିଲା ।

Leave A Reply

Your email address will not be published.