ଚମ୍ପିଆନ ହେଲା ବଜରଙ୍ଗିଦଳ

ଦିବାରାତ୍ର କ୍ରିକେଟ ଟୁର୍ଣାମେଂଟ

0 601

ବାରଙ୍ଗ,୨୮/୧(ଏସଏସନିଉଜ)ଶ୍ରୀବନ୍ତପୁରଗ୍ରାମ ମା ଗେହ୍ଲାମଣି ଖେଳପଡ଼ିଆରେ ଚାଲିଥିବା ଦିବାରାତ୍ର କ୍ରିକେଟଟୁର୍ଣାମେଂଟ ଶ୍ରୀବନ୍ତପୁରପ୍ରିମୀୟର ଲିଗ-୨୦୨୨ଉଦ୍‌ଯାପିତ ହୋଇଯାଇଛି । ୫ଓଭର ବିଶିଷ୍ଟ ଏହି ଟୁର୍ଣାମେଂଟରେ ଗ୍ରାମର ୪ଟି ଦଳ ଅଂଶଗ୍ରହଣ କରିଥିଲେ ।ଏକଦିବସୀୟ ଏହି ଟୁର୍ଣାମେଂଟରେ ଗେହ୍ଲାମଣି ୱାରିଅସ,ମହାବୀର,ପ୍ରଧାନ ଲାଏନ ଓ ବଜରଙ୍ଗି-୧୧ ଦଳ ଅଂଶଗ୍ରହଣ କରିବା ସହ ସମସ୍ତ ଟିମକୁ ଗ୍ରାମର ଉସ୍‌ାହି ଯୁବକ୪ଜଣ କିଣିଥିଲେ । ଫାଇନାଲମ୍ୟାଚ ବଜରଙ୍ଗି ଓ ଗେହ୍ଲାମଣି ମଧ୍ୟରେ ହୋଇଥିଲା । ଶେଷରେ ବଜରଙ୍ଗି ଦଳ ଗୋଟିଏ ୱିଇକେଟ ହରାଇ ୬୭ରନ ସଂଗ୍ରହ କରି ବିଜୟ ଲାଭ କରି ଚଳିତବର୍ଷ ପାଇଁ ଚମ୍ପିଆନ ହୋଇପାରିଥିଲା ।ପୁରସ୍କାରବିତରଣୀ ଉସ୍‌ବରେ ସ୍ଥାନୀୟ ବିଧାୟକ ଦେବୀରଞନ ତ୍ରିପାଠୀଅତିଥିଭାବେ ଯୋଗଦେଇ ବିଜୟୀ ଦଳ ବଜରଙ୍ଗୀକୁ ଚମ୍ପିଆନ ଟ୍ରଫି ଓ ଗେହ୍ଲାମଣି ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ ।ରାକେଶବେହେରାମ୍ୟାନଅଫଦିମ୍ୟାଚ ଓ ରତିକାନ୍ତପ୍ରଧାନ ମ୍ୟାନଅଫଦିସିରିଜ ହୋଇଥିଲେ ।ବିଜେତା ବଜାରଙ୍ଗୀ ଟିମ ର ଓନର ସୁବାସ ପରିଡା ଓ ରନର୍ସଅପ ଗେହ୍ଲାମଣି ଟିମ ର ଓନର ମୁକେଶ ପ୍ରଧାନ ପୁରସ୍କାର ବିତରଣୀ ଉସ୍‌ବରେ ଉପସ୍ଥିତଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.