କ୍ୟାପିଟାଲରେ ନୂଆଷ୍ଟାଇଲ ନିଶାବେପାର

0 40

ଭୁବନେଶ୍ୱର,୧୮।୧(ଏସଏସନିଉଜ)ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର।ଏହାର ମେକର୍ ସାଜିଛନ୍ତି ମହିଳା।ପୁରୁଣାଭୁବନେଶ୍ୱର କପିଳେଶ୍ୱରଅଞ୍ଚଳର ଏମିତି ଜଣେମହିଳାଙ୍କୁ ବାନ୍ଧିଛି ପୋଲିସ। ଯାହାଙ୍କ ନାମ କମଳା ସାହୁ ।ତାଠୁ ୧୨କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବାକଥା ଅନୁଯାଇ, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ ।
ଏହା ପୂର୍ବରୁ ୧୯ ଜୁଲାଇ, ୨୦୨୩ରେ ଆଚାର୍ଯ୍ୟବିହାର ବିଶ୍ୱେଶ୍ୱର ବସ୍ତିରୁ ରଙ୍ଗବତୀ ଦାସକୁ ରଙ୍ଗେହାତ ଧରିଥିଲା ଅବକାରୀବିଭାଗ ।ଯିଏ ରାସ୍ତା କଡ଼ରେ ପାନଦୋକାନ କରି ବିକୁଥିଲା ଗଞ୍ଜେଇ ସିଗାରେଟ୍ ।
ତାଙ୍କଠାରୁ ମିଳିଥିଲା ୫ ହଜାର ଗଞ୍ଜେଇ ସିଗାରେଟ୍ ସହ ୨୪ କେଜି ଗଞ୍ଜେଇ ।୧୫ ଡିସେମ୍ବର, ୨୦୨୩ରେ କନ୍ଧମାଳରୁ ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରିବେଳେ ଜଣେ ଯୁବତୀଙ୍କୁ ଗିରଫ କରିଥିଲା ଭରତପୁର ପୋଲିସ ।
ନିଶା ବେପାରୀଙ୍କ ଟାର୍ଗେଟ ହେଉଛନ୍ତି ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡରେ ସ୍ପେଶାଲ, ବାବା, ଶୁଖା, ରକେଟ୍, ଚାଇନିଜ୍, ଚାମ୍ବା, ତୋପ ମାଗିଲେ ହାତକୁ ବଢେଇ ଦିଆଯାଉଛି ଗଞ୍ଜେଇ ଭର୍ତ୍ତି ସିଗାରେଟ । ଯାହାର ମୂଲ୍ୟ ୧୦ରୁ ଶହେ ଟଙ୍କା ଯାଏଁ ରହୁଥିବାର ଜଣାପଡିଛି।

Leave A Reply

Your email address will not be published.