ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

0 42

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ କରିଥିଲେ।ଯାହାଫଳରେ ଚନ୍ଦକା ପିତାପଲ୍ଲୀ ମୁଖ୍ୟ ରାସ୍ତାର ଗମନାଗମନ ବାଧା ପ୍ରାପ୍ତ ହବାସହ ଉଭୟପାଶ୍ୱର୍ରେ ଶହଶହଗାଡି ଅଟକି ରହିଥିଲା ।
ଉଭୟପାର୍ଶ୍ଵରୁ ଆସୁଥିବା ଯାନବାହାନ ।ଖବରପାଇ ଚନ୍ଦକାଥାନାପୋଲିସ ସହ ଏସିପି ଜୋନ ୬ ରମେଶ ବିଶୋଇ  ପହଁଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।ମିଲର ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ସହ କ୍ଷତି ସହି ଧାନ ଚାଷ କରିଥିବା ଚାଷିଙ୍କ ଠାରୁ ମନଇଚ୍ଛା ଧାନ କାଟି ନିଆନଯିବାକୁ ଦାବୀ କରିଥିଲେ ।ଏପରି କରାଗଲେ ଆଗାମିଦିନରେ ଆନ୍ଦୋଳନ ତିବ୍ରତର କରିବାକୁ ଦେଇଥିଲା ଚେତାବନୀ ଦେଇଥିଲା ସଙ୍ଗଠନ।ପରେ ରାସ୍ତାରୋକସ୍ଥାନରେମିଲର ପ୍ରତିନିଧି ସହ  କଣ୍ଟାବାଡ଼ ସମବାୟ ସମିତି ର କର୍ମକର୍ତାମାନେ ପହଁଚି ରାସ୍ତାରୋକରେ ଥିବା ଚାଷୀମାନଙ୍କ ସହ ଆଲୋଚନା ସହ ୭ କେଜି ବଦଳରେ ସାଢେ୩ କିଲୋ କଟାଯିବାକୁ କହିବାପରେ  ଚାଷୀମାନେ  ରାସ୍ତାରୁ ଉଠିଥିଲେ(ପଦ୍ମଚରଣ ବଡ଼ଜେନାଙ୍କ ରିପୋୋର୍ଟ)।

Leave A Reply

Your email address will not be published.