ଭୁବନେଶ୍ୱର,୨୪/୭(ଏସଏସନିଉଜ) ଆଜି ସକାଳେ ୨୦ ନମ୍ବର ଜାତୀୟ ରାଜପଥର ସାନବରବେଡ଼ା ଛକ ନିକଟରେ କାର୍ ସହ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ଦୁଇଜଣ ଓ ପିକ୍ଅପ୍ ଭ୍ୟାନ୍ରେ ଥିବା ୫ଜଣ ଆହତ ହୋଇଛନ୍ତି। ବର୍ଷା ଯୋଗୁଁ ସାମ୍ନାକୁ ଦେଖିବା ଉଭୟ ଗାଡ଼ିର ଡ୍ରାଇଭରଙ୍କ ପାଇଁ କଷ୍ଟକର ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି।ଖବରପାଇ ଢେଙ୍କିକୋଟ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଆହତଙ୍କୁ ଚିକିସ୍ାପାଇଁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି ।
