ଛାତ୍ରୀଙ୍କୁ ମାଡ଼ମାରି ଗୁରୁତର କଲେ ସାର

ଭଦ୍ରକ , ୨୪/୭(ଏସଏସନିଉଜ)ଗଣିତସାର ଜ୍ୟାମିତି ପ୍ରଶ୍ନ ପଚାରିଥିଲେ ।ହେଲେ ଅଷ୍ଟମ ଶ୍ରେଣୀର ୪ ଜଣ ଛାତ୍ରୀ ଉତର ଦେଇପାରିନଥିବାରୁ ସାର ନିର୍ଘାତ ମାଡ଼ ମାରିଛନ୍ତି ।ଯାହାଫଳରେ ସାରଙ୍କ ମାଡରେ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିସ୍‌ା ହୋଇଥିବାବେଳେ ଅନ୍ୟ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି ।ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଶନିବାର ଦିନ ଘଟିଛି ।ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ମାଡ଼ ମାରିଥିବା ସାରଙ୍କୁ ପୋଲିସ ସାମୁଦ୍ରିକ ଥାନାରେ ଅଟକ ରଖିଛି ।ଏହିଖବର ଜଣାପଡିବାପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ସାରଙ୍କୁ ଘେରିଥିଲେ।ହେଲେ ସହକାରୀ ଶିକ୍ଷକ କଳ୍ପତରୁ ମଲ୍ଲିକ ନିଜ ଦୋଷସ୍ୱିକାର ନକରିବାରୁ ଉତେଜନା ଦେଖାଦେଇଥିଲା ।ଖବର ପାଇ କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସାରଙ୍କୁ ମଲ୍ଲିକଙ୍କୁ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି।ଅନ୍ୟପଟେ ଆଜି ଏହି ଘଟଣାରେ ସୁନାମୁହିଁ ୟୁପି ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ ଙ୍କୁ ସସ୍‌ପେଣ୍ତ କରିଛନ୍ତି ବ୍ଲକ ଶିକ୍ଷାଧତ୍କାରୀ ।

- Advertisement -

Leave A Reply

Your email address will not be published.