ସାଙ୍ଗ ସାଜିଲା ସଇତାନ୍

0 176

ଗଞ୍ଜାମ, ୨୪/୭(ଏସଏସନିଉଜ) ସାଙ୍ଗ ସାଜିଥିଲା ସଇତାନ୍ ।କାଠ ଫାଳିଆରେ ଚାଲିଗଲା ରଙ୍ଗମିସ୍ତ୍ରି ର ଜୀବନ । ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା କରିଥିବାର ଅଭିଯୋଗ ହୋଇଛି । କବିସୂର‌୍ୟ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଛି । ଉଭୟ ସାଙ୍ଗ ବସି ମଦ୍ୟପାନ କରିବା ପରେ ବଚସା ଓ ପରେ ହତ୍ୟା । ସାମାନ୍ୟ ଯୁକ୍ତିତର୍କକୁ ନେଇ ଅମର ମଲ୍ଲିକ ନାମକ ଜଣେ ରଙ୍ଗମିସ୍ତ୍ରିଙ୍କୁ ତାଙ୍କ ସାଙ୍ଗ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି।ହତ୍ୟାପରେ ହତ୍ୟାକାରୀ ମୂଷା ଥାନାରେ ଆତ୍ମସମର୍ପଣ କରିଛି।ଏହି ଘଟଣା କବିସୂର‌୍ୟ୍ୟନଗର ଥାନା ଅଧୀନ ବଡ଼ଆଗୁଳ ଗ୍ରାମରେ ଘଟିଛି ।ଅମର ଓ ମୂଷା ଉଭୟ ରଙ୍ଗ ମିସ୍ତ୍ରି ଅଟନ୍ତି ।ତେବେ କୈାଣସି କାମକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୂଷା ଏକ କାଠଫାଳିଆରେ ଅମରଙ୍କ ମୁଣ୍ଡକୁ ଆଘାତଦେବାରୁ ଘଟଣାସ୍ଥଳରେ ହିଁ ଅମରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.