ଷ୍ଟାର ହାଇଡ୍ରାମା

୭ ଜଣଙ୍କ ବୟାନ ରେକର୍ଡ

0 204

ଭୁବନେଶ୍ୱର,୨୪/୭(ଏସଏସନିଉଜ)ରାଜରାସ୍ତାରେ ସିନେ ତାରକାଙ୍କୁ ନେଇ ହାଇଡ୍ରାମା ଘଟଣାରେ ବୟାନ ରେକର୍ଡ ଆରମ୍ଭ ହୋଇଛି। ଏତଲା ଆଧାରରେ ଉଭୟ ପକ୍ଷର ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ,ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣାପ୍ରିୟା ମିଶ୍ରଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ପକ୍ଷ ରଖିବାକୁ କୁହାଯାଇଛି । ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ ଜାରିକରିଛି କମିଶନରେଟ୍ ପୋଲିସର ନୋଟିସ୍। ଫୋନ୍‌ରେ ଉଭୟଙ୍କୁ ନୋଟିସ୍ ଜାରି କରିବାସହ .ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ ।

 

 

Leave A Reply

Your email address will not be published.