କ୍ୟାରିୟର ବରବାଦ କରିଦେବି. . .

ଖବର ଆଜିର,ତାରିଖ ୩୧-୦୫-୨୦୨୧/ ସୋମବାର

0 409

୧-ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ ।
୨–ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ ।
୩-କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ।
୪-ୟାସ୍‌ ମୁକାବିଲା: ନବୀନ ସରକାରକୁ ପ୍ରଶଂସା କଲା ଜାତିସଂଘ ।
୪-୩ ଜୁନ୍ ରେ କେରଳ ଉପରେ ମୌସୁମୀ ପ୍ରଭାବଶାଳୀ ହେବାର ସମ୍ପୂର୍ଣ୍ଣ ସମ୍ଭାବନା – ପାଣିପାଗ ବିଭାଗ .
୫-କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲାଗି ଗୋଟିଏ ଡୋଜ ଟିକା ଯଥେଷ୍ଟ: BHU ଗବେଷକ ।
୬-ଡ୍ରକ୍ସ ମାମଲା: ସିଦ୍ଧାର୍ଥ ପଠାନିଙ୍କ ଗିରଫ ପରେ ଆଉ ଦୁଇଜଣଙ୍କୁ ଡକାଇଲା ଏନସିବି ।
୭-ଦିଲ୍ଲୀରୁ ମେହୁଲ୍‌ ଚୋକ୍‌ସିଙ୍କ ପ୍ରତ୍ୟର୍ପଣ କାଗଜପତ୍ର ନେଇ ଡୋମିନିକା ଆସିଛି ବିମାନ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ।
୮-ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା : ୨୧ କୋଟି ଲୋକଙ୍କୁ ଦିଆସରିଛି କରୋନା ଟିକା । ଜୁନରେ ୧୨ କୋଟି ଟିକା ଉପଲବ୍ଧ ହେବା ନେଇ ସୂଚନା ଦେଲେ ମନ୍ତ୍ରଣାଳୟ ।
୯-ରାଜନୀତିକୁ ଫେରିବେ ଶଶିକଳା ! ଦଳର ନେତାଙ୍କୁ କହିଲେ- ‘ସବୁ ଠିକ୍‌ ହୋଇଯିବ’ ।
୧୦-କେନ୍ଦ୍ର ପରେ ବିହାର ସରକାରଙ୍କ ବଡ଼ ଘୋଷଣା, କରୋନାରେ ଅନାଥ ପିଲାମାନଙ୍କୁ ମିଳିବ ମାସିକ ୧୫୦୦ ଟଙ୍କା ।
୧୧-ଓଡ଼ିଶାରେ ୩ ବ୍ଲାକଫଙ୍ଗସ ରୋଗୀଙ୍କ ମୃତ୍ୟୁ, ୨୫ ଆକ୍ରାନ୍ତ’ ।
୧୨-ସଲମାନଙ୍କୁ ଧମକ ଦେଲେ କେଆରକେ, କହିଲେ- ‘କ୍ୟାରିୟର ବରବାଦ କରିଦେବି, ରାସ୍ତାକୁ ନେଇଆସିବି’ ।
୧୩-ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ।
୧୪-ଇତିହାସ ରଚିଲେ ଦୃଷ୍ଟି ବାଧିତ ୪୬ ବର୍ଷିୟ ଝାଙ୍ଗ ହୋଙ୍ଗ୍ । ଏସିଆର ପ୍ରଥମ ଦୃଷ୍ଟି ବାଧିତ ଭାବେ ଏଭେରେଷ୍ଟ ଚଢି କଲେ ରେକର୍ଡ ।
୧୫-କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କ ସୂଚନା, ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଢ଼ିଥିଲେ ବି ସଂକ୍ରମଣ କମିଛି
୧୬-ପୁଣି କରୋନା ଭ୍ୟାକସିନ୍‌ ଉପରେ ପ୍ରଶ୍ନ ଉଠାଇଲେ ବାବା ରାମଦେବ; କହିଲେ- ଯୋଗ ଏବଂ ଆୟୁର୍ବେଦର ଡବଲ୍‌ ଡୋଜ୍‌ ନେଉଛି, ଟିକା ଦରକାର ନାହିଁ ।
୧୭-ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ।

 

Leave A Reply

Your email address will not be published.