ଚୋରା କାରବାର ବନ୍ଦ କର, ନହେଲେ ପରିଣାମ

ସକାଳର ଖବର . ତାରିଖ : ୦୭/୦୬/୨୦୨୧,ସୋମବାର

0 305

୧-ବାତ୍ୟା ଓ ପରବର୍ତ୍ତୀ ବନ୍ୟା ନେଇ କେନ୍ଦ୍ରର ୭ଜଣିଆ ଟିମ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ ସହ ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ ।
୨-ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ ।
୩-ଏଣିକି ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ଐତିହାସିକ ନିଷ୍ପତ୍ତି ।
୪-ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ । ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ ସେବା କରିଲେ ଆରମ୍ଭ ।
୫-ପ୍ରକାଶ ପାଇଲା କେନ୍ଦ୍ରର ସ୍କୁଲ ଶିକ୍ଷା ପାଇଁ ପିଜିଆଇ ରିପୋର୍ଟ, ଭିତ୍ତିଭୂମିରେ ଓଡିଶାର ୨୦ ପ୍ରତିଶତ ସୁଧାର ।
୬-ଏଣିକି ଅନଲାଇନରେ ମିଳିବ ଅକ୍ସିଜେନ, 5ଟି ସହର ପାଇଁ ଏହି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
୭-ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବବୋଲି ମୁଖ୍ୟ ନିର୍ବାଚନ କମିଶନର୍‍ଙ୍କଙ୍କଙ୍କ ସୂଚନା ।
୮-କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିବ ନାହିଁ କରୋନାର ଦ୍ବିତୀୟ ଲହର, ୩ ପ୍ରତିଶତରୁ ଅଧିକ ରହିବ ଗ୍ରୋଥ୍‌ ରେଟ୍‌ ।
୯-ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ ।
୧୦-ଚଳିତ ମାସର ପ୍ରଥମ ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ହଜାର କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରକୁ ଛାଡ଼ିଛନ୍ତି ।
୧୧-ଦୁଷ୍କର୍ମ ମାମଲାରେ ଜେଲରେ ଥିବା ରାମ ରହିମ କରୋନା ପଜିଟିଭ୍ । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା ।
୧୨-ଐତିହାସିକ ଜାମା ମସଜିଦ୍‌ର ମରାମତି ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଶାହି ଇମାମ ।
୧୩-ଉତ୍ତରାଖଣ୍ଡରେ ୧୫ ଜୁନ୍‌ ସକାଳ ୬ ଯାଏ ଏବଂ ହରିୟାଣାରେ ୧୪ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି ।
୧୪-ବିହାରରେ ତୀବ୍ର ହେଲା ଆୟୁର୍ବେଦ ବନାମ ଏଲୋପାଥି ଲଢ଼େଇ, ରାମଦେବଙ୍କ ବିରୋଧରେ ପ୍ରତି ଥାନାରେ ଏତଲା ଦେବେ ଡାକ୍ତର ।
୧୫-ICUରେ ଭେଟେରାନ ଅଭିନେତା ଦିଲ୍ଲୀପ କୁମାର, ଆଶୁ ଆରୋଗ୍ୟ କାମନା କଲେ ବହୁ ବିଶିଷ୍ଟ ବ୍ୟକ୍ତି ।
୧୬-ପାକିସ୍ତାନକୁ ଭାରତର ଚେତାବନୀ: ସୀମାରେ ଚୋରା କାରବାର ବନ୍ଦ କର, ନହେଲେ ପରିଣାମ ହେବ ଭୟଙ୍କର ।
୧୭-ଚୀନ ରଚିଲା ଇତିହାସ, ତିନି ବର୍ଷର ଶିଶୁଙ୍କ ପାଇଁ ପ୍ରସ୍ତୁତ କଲା ଟିକା ।
୧୮-ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଓ୍ଵିଜଡନ ଚୟନ କଲା ଭାରତର ଚୂଡାନ୍ତ ଏକାଦଶ । ବାଦ ପଡିଲେ ଦ୍ରୁତ ବୋରଲ ଇଶାନ୍ତ ଶର୍ମା ।
୧୯-ଚତୁର୍ଥ ରାଉଣ୍ଡରେ ପହଞ୍ଚିବା ପରେ ବି ଫ୍ରେଞ୍ଚ ଓପନରୁ ଓହରିଲେ ରୋଜର ଫେଡେରର ।
୨୦-ଫିଫା ୱାର୍ଲଡ କପ୍‌ କ୍ୱାଲିଫାୟର, ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ ।
ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.