ଆଜିର ଅନୁଚିନ୍ତା

0 97

🚩ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !!
🚩ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ !
🚩ଜଗତରେ ମଣିଷ ଯେତେ-ଯାହା ଦୁଃଖ ପାଏ ତାହାର ଅଧିକାଂଶ ହିଁ କାମିନୀ-କାଞ୍ଚନ ପ୍ରତି ଆସକ୍ତିରୁ ଆସେ, ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ
🚩ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହିପ୍ରକାର ଦୁଷ୍କର୍ମରେ ରତ ହୁଏ, ବୁଝିବାକୁ ହେବ ସେ ସତ୍ୱରହିଁ ଅତ୍ୟନ୍ତ ଦୁର୍ଗତିରେ ପତିତ ହେବ !
🚩ମନୁଷ୍ୟକୁ ପ୍ରକୃତ ଅନୁତାପ ଆସିଲେ ହିଁ ତାହାର ସମସ୍ତ ଲକ୍ଷଣ ଗୁଡିକ ଊଣାଅଧିକେ ପ୍ରକାଶ ପାଏ !
🚩ସତ୍ କର୍ମରୁ ହଟି ଯିବାଟା ଦୁର୍ବଳତା ନୁହେଁ, ଚେଷ୍ଟା ନ କରିବାହିଁ ଦୁର୍ବଳତା । ତୁମେ କୈାଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରିବା ସତ୍ତ୍ୱେବି ଯଦି ବିଫଳମନୋରଥ ହୁଅ, କ୍ଷତି ନାହିଁ । ତୁମେ ଛାଡ଼ନା, ଏହି ଅମ୍ଳାନ ଚେଷ୍ଟାହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ !
ସମାନ ଭଗବାନ ସମସ୍ତ ପ୍ରାଣୀମାନଙ୍କରେ ବାସ କରନ୍ତି । ଲୋକମାନେ ଈଶ୍ବରଙ୍କୁ ଅନେକ ନାମ ଯଥା- ଆଲ୍ଲା, ଯୀଶୁ, ରାମ, କୃଷ୍ଣ ଇତ୍ୟାଦି ନାମ ଦିଅନ୍ତି, କିନ୍ତୁ ଭଗବାନ ଏକ ଅଟନ୍ତି । ଭଗବାନଙ୍କ ବିଭିନ୍ନ ନାମ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖ ନାହିଁ । ଲଡୁ, ଜଲେବି ଏବଂ ମଇସୋର ପାଗ ପରି ଅନେକ ମିଠା ଅଛି, କିନ୍ତୁ ସେଗୁଡ଼ିକରେ ଚିନିର ସମାନ ଅତ୍ୟାବଶ୍ୟକ ଉପାଦାନ ଅଛି । ନାମ ଏବଂ ରୂପ ଭିନ୍ନ ହୋଇପାରେ, କିନ୍ତୁ ଆତ୍ମା ​​ସମସ୍ତଙ୍କ ମଧ୍ୟରେ ସମାନ । ଏହି ନାମ ସହିତ ରାମ ଏବଂ କୃଷ୍ଣ ଜନ୍ମ ହୋଇନଥିଲେ; ସେମାନଙ୍କୁ ସେମାନଙ୍କର ପିତାମାତାମାନେ ଏହି ନାମ ଦେଇଥିଲେ । ଭଗବାନ କୌଣସି ନିର୍ଦ୍ଦିଷ୍ଟ ନାମ ସହିତ ଆସନ୍ତି ନାହିଁ । ନିର୍ଗୁଣମ୍, ନିରଂଜନମ୍, ସନାତନ ନିକେତନମ୍, ନିତ୍ୟ, ଶୁଦ୍ଧ, ବୁଦ୍ଧ,ମୁକ୍ତ, ନିର୍ମଳା ସ୍ୱରୂପିଣମ୍ (ଭଗବାନ ଗୁଣହୀନ, ଶୁଦ୍ଧ, ଅନ୍ତିମ ବାସସ୍ଥାନ, ଅନନ୍ତ, ଅଜ୍ଞାତ, ଜ୍ଞାନଦୀପ୍ତ, ମୁକ୍ତ ଏବଂ ପବିତ୍ରତାର ପ୍ରତୀକ) । ନାମ ଏବଂ ରୂପ ଦ୍ୱାରା ବାହିତ ହୁଅ ନାହିଁ । ଆତ୍ମା ନୀତି ଉପରେ ନିର୍ଭର କର ଯାହା ରୂପହୀନ!
-ଆଜିର ନୀତିବାଣୀ-
🔔ଯଦି ଉପର ଵାଲା ସହିତ ତୁମର ସମ୍ପର୍କ ମଜଭୁତ ଅଛି, ତେବେ ମର୍ତ୍ୟରେ ଥିବା ମନୁଷ୍ୟ ତୁମର କିଛି କ୍ଷତି କରି ପାରିବ ନାହିଁ !
🔔ଏମିତି ମୋହରେ ନପଡନ୍ତୁ ଯେମିତି କାହାର ଦୋଷକୁ ଲୁଚେଇବାକୁ ପଡିବ, ଘୃଣା ଏତେଟା ନ କରନ୍ତୁ ଯେମିତି କାହାର ଭଲ ଗୁଣ ଓ କର୍ମକୁ ଦେଖି ନ ହେବ !
🔔”ନାରୀ ଓ ବୃକ୍ଷ” ଖୁସି ହେଲେ ଫୁଲରେ ସଜେଇ ଦିଅନ୍ତି, ଦୁହେଁ ବଢନ୍ତି ଆଉ ଶୋଭା ବର୍ଦ୍ଧନ କରନ୍ତି l ତାଙ୍କ ଛାଇରେ କେତେ ଲୋକ ଖେଳି ବୁଲନ୍ତି, ଗଛ ଚାହିଁ ଥାଏ କିଛି ପାଣି, କିଛି ମାଟି ଏବଂ ନାରୀ ଚାହିଁଥାଏ କେବଳ ପ୍ରେମ ଆଉ ବିଶ୍ୱାସ !
🔔”ପୁରୁଷ” ଯେତେ ବି ଟଙ୍କା ଖର୍ଚ୍ଚ କରି ରାଜପ୍ରାସାଦ ପରି ଘର ତିଆରି କରୁ.. କିନ୍ତୁ ସେ ଘର କୁ ସ୍ୱର୍ଗ କେବଳ “ସ୍ତ୍ରୀ” ହିଁ କରି ପାରିବ !
🔔ଆଜିକାଲି କିଏ ସତ କହୁଛି କିଏ ଅଭିନୟ କରୁଛି ଚିହ୍ନିବା ଓ ବୁଝିବା ବହୁତ କଷ୍ଟକର !
🔔ସମ୍ନାନ ଏମିତି ଏକ ଜିନିଷ ଅଟେ ଯାହାକି ଆମେ ଯେତେ ଅଧିକ ଅନ୍ୟକୁ ଦେଇଥାଉ ତାହା ସେତେ ଅଧିକ ସୁଧ ସହିତ ଆମକୁ ମିଳିଥାଏ ! 🙏ଜୟ ଜଗନ୍ନାଥ🙏

 

Leave A Reply

Your email address will not be published.