ସାତକୋଶିଆରେ ଛଡାଗଲା ୧୨ ଘଡିଆଳ କୁମ୍ଭିର

ଭୁବନେଶ୍ୱର,୨୯ା୩(ଏସଏସନିଉଜ)ରବିବାର ମହାନଦୀର ସାତକୋଶିଆ ଗଣ୍ଡରେ ୧୨ଟି ଘରିଆଳକୁମ୍ଭିରକୁ ଛଡାଯାଇଛି ।ଛଡାଯାଇଥିବା ଏହି କୁମ୍ଭୀର ମଧ୍ୟରେ ଟିକରପଡା ଘରିଆଳକୁମ୍ବୀର ଗବେଷଣାକେନ୍ଦ୍ରରୁ ୧ଟି ଓ ନନ୍ଦନକାନନରୁ ଶନିବାରରାତିରେ ଯାଇଥିବା ୧୧ଟି ଘଡିଆଳ କୁମ୍ଭିର ଅଛନ୍ତି।ନନ୍ଦନକାନନରୁ ଯାଇଥିବା କୁମ୍ଭିର ୧୧ଟିମଧ୍ୟରେ ୫ଅଣ୍ଡିରା,୬ମାଇ ରହିଛନ୍ତି ଓ ଟିକରପଡାରୁ ଆସିଥିବା ଗୋଟିଏମାଇ କୁମ୍ବୀରଅଟେ ।ତେବେ ସମସ୍ତ କୁମ୍ଭିରମାନଙ୍କର ବୟସ ୫ବର୍ଷରୁ ଉର୍ଦ୍ଧହେବ ବୋଲି ଜଣାପଡିଛି ।ଛଡାଯାଇଥିବା କୁମ୍ଭିରମାନଙ୍କ ଗତିବିଧି ଜାଣିବାପାଇଁ ସମସ୍ତଙ୍କଶରୀରରେ ଟ୍ରାଞିଷ୍ଟର ଲଗାଯାଇଛି।କୁମ୍ଭିରମାନଙ୍କୁ ଛାଡିବା ସମୟରେ ସାତକୋଶିଆ ବ୍ୟାଘ୍ରସରକ୍ଷଣ ନନ୍ଦନକାନନପ୍ରାଣିଉଦ୍ୟାନ, ସାତକୋଶିଆ ଲବନ୍ୟପ୍ରାଣିବିଭାଗ ,ମହାନଦୀବନ୍ୟପ୍ରାଣି ବିଭାଗର ଅଧିକାରୀ ଓ ବିଷେଶଜ୍ଞମାନେ ଉପସ୍ଥିଥିଲେ ବୋଲି ନନ୍ଦନକାନନଉପନିର୍ଦେଶକ ଅଭୟ କୁମାର ଦଲାଇ ସୁଚନା ଦେଇଛନ୍ତିା

- Advertisement -

Leave A Reply

Your email address will not be published.