ନନ୍ଦନକାନନକୁ ଆସିଲେ ଅତିଥି

୩ ପ୍ରଜାତିର ୧୮ପଶୁପକ୍ଷୀ

ଭୁବନେଶ୍ୱର,୨୯।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ରବିବାର ସନ୍ଧ୍ୟାରେ ୩ପ୍ରଜାତିର ୧୮ଟି ପଶୁପକ୍ଷୀ ଜୁନାଗଡ ସକ୍କାରବାଗପ୍ରାଣୀଉଦ୍ୟାନରୁ ଆସି ପହଂଚିଛନ୍ତି।ଆସିଥିବାଏହି ନୂଆ ଅତିଥି ହେଲେ ଦୁଇହଳ ଚିତାବାଘ, ୧୦ଟି ଜଂଗଲୀକୁକୁଡ଼ା,ଦୁଇହଳ ନୁଆପ୍ରଜାତିର ଶାରସପକ୍ଷୀ ।କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଗତ ୨୦ତାରିଖରୁ ଏହି ଅଦଳବଦଳପ୍ରକିୟା ଉଭୟଚିଡ଼ିଆଖାନା ମଧ୍ୟରେ ଆରମ୍ଭ ହୋଇଛି।ପ୍ରଥମେ ଜୁନାଗଡରୁ ଆସିଥିବାଦଳ ନନ୍ଦନକାନନରୁ ଗୋଟିଏ ଓଟପକ୍ଷୀ,୩ମାଇ ଚଉଶିଙ୍ଗା, ୩କୁଜିହରିଣକୁ ନେଇ ଶୁକ୍ରବାର ଯାଇଥିଲେ।ଏହାପରେ ନନ୍ଦନକାନନରୁ ଯାଇଥିବା ଦଳ ଜୁନାଗଡ ସକ୍କାରବାଗ ପ୍ରାଣୀଉଦ୍ୟାନରୁ ୩ପ୍ରଜାତିର ୧୮ଟି ପଶୁପକ୍ଷୀକୁ ସାଙ୍ଗରେନେଇ ଆଜି ସନ୍ଧ୍ୟାରେ ପହଂଚିଛନ୍ତି। ନୂଆ ପଶୁପକ୍ଷୀମାନଙ୍କ ମଧ୍ୟରେ ଆସିଥିବା ଶାରସପକ୍ଷୀ ନନ୍ଦନକାନନ ପାଇ ନୁଆ ପ୍ରଜାତିର ହୋଇଛି।ତେବେ ନୂଆପଶୁପକ୍ଷୀ ଆସିବାପରେ ନନ୍ଦନକାନନରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଡ଼ାକ୍ତରମାନଙ୍କ ନଜରବନ୍ଦୀରେ ରଖାଯାଇଛି।ଅନ୍ୟପଟେ ନୁଆପ୍ରଜାତିର ସାରସପକ୍ଷୀ ପାଇ ନନ୍ଦନକାନନରେ ପଶୁପକ୍ଷୀ ପ୍ରଜାତିସଂଖ୍ୟା ବୃଦ୍ଧିପାଇ ୧୭୮ ରୁ ୧୭୯ରେ ପହଞ୍ଚିଛି ବୋଲି ଉପ ନିର୍ଦ୍ଦେଶକ ଅଭୟ କୁମାର ଦଳାଇ ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.