ଚଢ଼ିଗଲା ଘରୋଇବସ୍ 

ଷଣ୍ଢ ଉଜାଡ଼ିଦେଲା ପରିବାର  

0 78

 

ଭଦ୍ରକ,୨୨ା୧୧(ଏସଏସନିଉଜ) ଅଗରପଡ଼ା ବିଶଲପଟା ଗ୍ରାମରକନକଲତା ଦାସ(୫୫) ନାମକ ମହିଳାଙ୍କ ଉପରେ ବନ୍ତ ଛକରେ ଏକ ଘରୋଇ ବସ ଚଢିଯିବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ଥ ବସ ଓ ଚାଳକକୁ ଅଟକ ରଖିଛି ।ସେହିଭଳିଭାବେ ଏକ ପାଗଳଷଣ୍ଢ ପାଇଁ ଚରମ୍ପା୍ ପଥରଆଡ଼ିର ଶାନ୍ତିଲତା ପଣ୍ଡା(୪୫)ଙ୍କ ଜୀବନ ଚାଲିଯାଇଛି ।ସବୁଦିନଭଳି ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ଆଜି ସକାଳେ ମର୍ଣ୍ଣିଙ୍ଗୱାକ୍ ସହ ଫୁଲ ତୋଳିବାକୁ ଆସିଥିଲେ ।ଏହି ସମୟରେ ମହିଳା ଜଣକ କିଛି ବୁଝିବା ଆଗରୁ ଷଣ୍ଢଟି ଆକ୍ରମଣ କରିଥିଲା । ପାଖରେ କେହି ନଥିବାରୁ ମହିଳାଙ୍କୁ ଶଣ୍ଢ କବଳରୁ ରକ୍ଷା କରିପାରିନଥିଲେ ।ସ୍ଥାନୀୟଲୋକମାନେ ଘଟଣାସ୍ଥଳରେ ପହଁଚି ଷଣ୍ଢକୁ ଙ୍କୁ ଘଉଡ଼ାଇବାପରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଥିବାର ଦେଖିବାକୁ ପାଇଥିଲେ ।ତେବେ ଶଣ୍ଢଆକ୍ରମଣରେ ଅଉ ଜଣେ ମହିଳା ଗୁରୁତରଆହତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.