ଆଜିର ରାଶିଫଳ

0 161

୨୦୨୩ମସିହା ନଭେମ୍ବରମାସ ୨୩ତାରିଖ ଗୁରୁବାର।ଶ୍ରୀମନ୍ଦିରେ ହରିଉତ୍ଥାପନ, ଶରଦ୍ରାସାରମ୍ଭ, ସର୍ବସମ୍ମତ ଦେବୋତ୍ଥାପନ (ବଡ଼) ଏକାଦଶୀଉପବାସ, ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣବେଶ, ପଞ୍ଚକବ୍ରତ ଆରମ୍ଭ, କାଳିଦାସ ଜୟନ୍ତୀ, ଅଭିରାମ ପରମହଂସଙ୍କ ତିରୋଧାନ ଦିବସ, ଲକ୍ଷ୍ମୀ ନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୯/୧୦ମିପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୯/୧୦ମିପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୫ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ରାତ୍ରି ଘ୯/୧୦ମି ପରେ ପୋଇଶାଗ ଭକ୍ଷଣ ନିଷେଧ। ଏବଂ କାର୍ତ୍ତିକ ମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା-ଦିବା ଘ୨/୧୮ମି ରୁ ଘ୫/୩ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୫ମି ରୁ ଘ୧/୧୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ-ପ୍ରାତଃ ରୁ ଦିବା ଘ୭/୪୨ମି ମଧ୍ୟେ,ଘ୨/୬ମି ରୁ ଘ୩/୪୨ମିମଧ୍ୟେ,ସନ୍ଧ୍ୟା ଘ୫/୫୧ମି ରୁ ରାତ୍ରି ଘ୯/୩ମିମଧ୍ୟେ, ଘ୧୧/୨୭ମି ରୁ ଘ୨/୩୯ମିମଧ୍ୟେ, ଘ୩/୨୭ମିରୁ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ରାତ୍ରି ଘ୯/୧୦ମି ପରେ ୧ ପାଦ ତିଥି ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା। ଘ୬/୩ମି ପରେ ବେଶ୍ୟା। ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ-ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୫ମିମଧ୍ୟେ ୨୬ନକ୍ଷତ୍ରେ ଉଗ୍ରଦେବତାପ୍ରତିଷ୍ଠା, ବୃକ୍ଷରୋପଣ , ନୌକାଗଠନ,ନାମକରଣ,ନିଷ୍କ୍ରାମଣ,ଔଷଧକରଣ ଓ ସେବନ, ବାଣିଜ୍ୟକରଣ, ଅଳଙ୍କାରଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ଦେବତା ଗଠନ, ନବଦୋଳାଦ୍ୟାରୋହଣ, ଦୀକ୍ଷାଗ୍ରହଣ, ହୋମାଦିସ୍ବସ୍ତ୍ୟୟନ, ନବବସ୍ତ୍ର ପରିଧାନ।
ମେଷ-ବନ୍ଧୁଙ୍କସାହାଯ୍ୟରେ ଉପକୃତହେବେ ।ସାମାଜିକସ୍ତରରେ ପ୍ରଶଂସିତହେବେ ।ନୂତନଉଦ୍ୟୋଗରେ ପଇସାଖଟେଇବେ ।ପାରିବାରିକକ୍ଷେତ୍ରରେ ଶୁଭ ସମାଚାରଶୁଣି ଖୁସିହେବେ ।ଖଣିଜବ୍ୟବସାୟ, ଯାନବାହନବ୍ୟବସାୟ,ଯାତାୟତବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟବିକ୍ରି, ଭୂଜାତଦ୍ରବ୍ୟ ବ୍ୟବସାୟ, ସାନିଟାରୀ,ଇଟା,କୋଇଲା,ହାର୍ଡୱାର,ମହମବତୀ,ପେଟ୍ରୋଲିୟମ୍,କବାଡ଼ି,ଗାଈ,କୁକୁଡ଼ା,ଛେଳିଫାର୍ମ ଇତ୍ୟାଦିରେ କର୍ମରତବ୍ୟକ୍ତି ଓ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ ।ରାଜନୀତି ତଥା ସାମାଜିକକ୍ଷେତ୍ରରେ ପ୍ରତିଷ୍ଠାବଢିବ ।କଳା ଓ ସଙ୍ଗୀତରେ ସୁନାମଅର୍ଜନ କରିବେ ।
ବୃଷ-ପ୍ରତିଯୋଗିତାପରୀକ୍ଷାରେ ଶୁଭଫଳ ମିଳିବ ।ଆଶା କରୁଥିବାକାମଟି ବନ୍ଧୁଙ୍କଦ୍ଵାରା ସହଜସୁବିଧାରେ ହୋଇଯିବ ।ଦୂରେଇଯାଇଥିବା ବନ୍ଧୁ ଅତି ଆପଣାର ହେବେ ।ଆର୍ଥିକସ୍ଥିତି ଭଲରହିବ କିଛି ଅସୁବିଧା ହେବନାହିଁ ।ମିତ୍ରମାନେ ପରାମର୍ଶଦେଇ ସମସ୍ତଆଶା ପୂରଣକରିବେ ।ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ ।ପୁରାତନରୋଗ ପୀଡ଼ାରୁ ଉପସମପାଇବେ ।ପ୍ରସିଦ୍ଧବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ ।ସ୍ଥଗିତଥିବା କର୍ମଟି ପୂରଣହେବ ।କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ ।
ମିଥୁନ-ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟ କ୍ଷେତ୍ରରେ ଟେନସନ ଦୂର ହେବ । ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ମହିଳାଙ୍କ ମାନସିକ ସ୍ଥିତି ଭଲ ରହିବ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ବିନ୍ଧୁମିଳନ ହେତୁ ନୂଆ ଉତ୍ସାହନେଇ କାମ କରିଚାଲିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । କେତେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।
କର୍କଟ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତହେବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।
ସିଂହ-ଆର୍ଥିକସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ ଓ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ । ମହିଳାମାନେ ମନପସନ୍ଦ ଜିନିଷପାଇ ଖୁସି ହେବେ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।
କନ୍ୟା-ରାଜନୀତିକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସି ରହିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ ଓ କାମଗୁଡ଼ିକ ସହଜରେ ହୋଇଯିବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲହେବ ।
ତୁଳା-ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରିବାର ଯୋଜନା କରିବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀ ହୋଇପାରିବେ । ଉଚ୍ଚଶିକ୍ଷା ଲାଭକରି ଥିଲେ ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ ।
ବିଛା-ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଜଣେ ସତ୍ ପରାମର୍ଶ ଦାତା, କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ ।
ଧନୁ-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଚିନ୍ତା କରିବେ ।
ମକର-ଶାରୀରିକସୁସ୍ଥତା ଅନୁଭବ କରିବେ । କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
କୁମ୍ଭ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବାଦ୍ୱାରା କାମହାସଲ କରିପାରିବେ ।ପାରିବାରିକକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକସ୍ଥିତିକୁ ମଜଭୁତ୍ କରିବ ।ଆଶାକରିଥିବାଦିଗରୁ ଅର୍ଥପ୍ରାପ୍ତିହେବ ।ସଭାସମିତି ଓ ଆମଦାନୀରପ୍ତାନୀ ବାଣିଜ୍ୟକ୍ଷେତ୍ରରେ ଉପକୃତହେବେ ।ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁମଧ୍ୟ ପ୍ରଶଂସାମିଳିବ ।ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବାଫଳରେ ଅନେକକାର୍ଯ୍ୟରେ ସଫଳଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତଶାନ୍ତି ଲଭିବେ ।ସ୍ୱାସ୍ଥ୍ୟ ସମ୍ବନ୍ଧୀୟସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେବ୍ୟବଧାନ ଉପସ୍ଥିତହେବ ।ପରିବାରର କେତେକ ଅକୁହାକଥା ଚିନ୍ତାକରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ ।
ମୀନ-ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ ଓ ରାଜକୀୟ ସମ୍ମାନ ମିଳିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ପାରିବାରିକ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଏପରିକି ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

ଯେଉଁମାନେ ପୁରାକାର୍ତ୍ତିକମାସରେ ବ୍ରତ ପାଳନ କରି ପାରୁନାହାଁନ୍ତି ସେମାନେ ଏହି ଦିନଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନକରି ପୁରା ମାସରପୁଣ୍ୟଫଳ ପାଇପାରିବେ । ଏହିଦିନ ପୂର୍ବରୁ ଶୟନରେଥିବା ଭଗବାନବିଷ୍ଣୁ ଜାଗ୍ରତ ଅବସ୍ଥାରେରହନ୍ତି । କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁର୍ଣିମାପର୍ଯ୍ୟନ୍ତ ଏହିବ୍ରତକୁ ଭୀଷ୍ମପଞ୍ଚୁକବ୍ରତ ମଧ୍ୟ କୁହାଯାଏ । ତେଣୁ ଏକାଦଶୀଦିନ ସକାଳୁ ସ୍ନାନକରି ସର୍ବପ୍ରଥମେ ଭଗବାନ ସୂର୍ଯ୍ୟଦେବ , ପରେ ମାତାବୃନ୍ଦାବତୀ ଏବଂ ତାପରେ ଭଗବାନବିଷ୍ଣୁଙ୍କୁ ନିଦ୍ରାରୁ ଜାଗ୍ରତକରନ୍ତୁ । ଏହାପରେ ଭଗବାନବିଷ୍ଣୁଙ୍କୁ ସ୍ନାନକରାଇ ପଞ୍ଚଉପଚାର ପୂଜା କରନ୍ତୁ ।ଭଗବାନବିଷ୍ଣୁଙ୍କର ପାଞ୍ଚଟିଜିନିଷ ଅତ୍ୟନ୍ତପ୍ରିୟ ଅଟେ । ତାହାହେଉଛି ପଦ୍ମଫୁଲ , ତୁଳସୀପତ୍ର , ସୁଗନ୍ଧିତଚନ୍ଦନ , ଅଗସ୍ତି ଏବଂ ମାଳତୀ ଫୁଲ । ଏହିସବୁକୁ ପ୍ରତ୍ୟେକଦିନ ଗୋଟିଏଲେଖାଏଁ ଭଗବାନଙ୍କ ପ୍ରିୟଜିନିଷ ଅର୍ପିତକରିବା ସହିତ ସନ୍ଧ୍ୟାସମୟରେ ଘିଅଦୀପ ପ୍ରଜ୍ୱଳନ କରନ୍ତୁ । ସଂଧ୍ୟାରେ ହବିଷଭକ୍ଷଣ କରିବାସହିତ ସମ୍ପୂର୍ଣ୍ଣ ପାଞ୍ଚଦିନ ବ୍ରହ୍ମଚର୍ଯ୍ୟ ପାଳନକରନ୍ତୁ । ଏହି ଭୀଷ୍ମପଞ୍ଚୁକର ପାଞ୍ଚଦିନରେ କିଛି ଖାସକାମ ଯେପରିକି ପବିତ୍ରନଦୀରେ ସ୍ନାନ କରିବାଉଚିତ । ତାହା ସମ୍ଭବନହେଲେ ଘରେ ଶୁଦ୍ଧଜଳରେ ଗଙ୍ଗାଜଳ ମିଶାଇ ସ୍ନାନକରି ପାରିବେ।
ଦ୍ୱିତୀୟକାମ ହେଉଛି ତୁଳସୀପୂଜନ ଏବଂ ତୃତୀୟକାମ ହେଉଛି ଅଁଳା କିମ୍ବା ଧାତ୍ରୀବୃକ୍ଷର ପୂଜନ ଏବଂ ଚତୁର୍ଥକାମ ହେଉଛି ଭଗବାନବିଷ୍ଣୁଙ୍କ ପୂଜାକରିବା ଶ୍ରୀଜଗନ୍ନାଥଙ୍କ ପୂଜାକରିବା । ଯଦି ଆପଣ ବ୍ରତ ରଖୁନାହାଁନ୍ତି ତେବେ କେବଳ ଏହି ପଞ୍ଚୁକ ପାଞ୍ଚଦିନ ଭଗବାନବିଷ୍ଣୁଙ୍କୁ ନିଷ୍ଠାର ସହିତ ପୂଜାକରନ୍ତୁ । ଯାହାଦ୍ୱାରା ସମ୍ପୂର୍ଣ୍ଣ କାର୍ତ୍ତିକମାସର ପୁଣ୍ୟ ପ୍ରାପ୍ତହେବ ।

Leave A Reply

Your email address will not be published.