ଛାଇଗଲା ଯୁଦ୍ଧର ଘନଘଟା

ଖବର ଆଜିର, ତାରିଖ ୦୭-୦୨-୨୦୨୧ ରବିବାର

0 330

୧-ରାଜ୍ୟରେ ଖୁବ୍ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି।
୨-୧୭ତମ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ: ଭକ୍ତିରସ ପରେ ଛାଇଗଲା ଯୁଦ୍ଧର ଘନଘଟା ।
୩-ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍‌ପି ।
୪–ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର: ଫେରାର୍ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳର ସନ୍ଦେହଜନକ ମୃତ୍ୟୁ, ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ?
୫-ଆଗାମୀ ଜାତିସଂଘ ସେକ୍ରେଟାରୀ ଜେନେରାଲ ଚୟନ ଲାଗି ପ୍ରକ୍ରିଆ ଆରମ୍ଭ, ୧୯୩ ସଦସ୍ୟ ଦେଶ ନେବେ ନିଷ୍ପତ୍ତି ।
୬-କୃଷି ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିବା ଦିଲ୍ଲୀର ୩ ସୀମାନ୍ତ ଅଞ୍ଚଳ ସିଙ୍ଘୁ, ଗାଜିପୁର ଓ ଟିକରିରେ ପୁଣିଥରେ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
୭-ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ଡ୍ରାଫ୍ଟ ଅଧିନିୟମ । ଶ୍ରୀମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ ।
୮-ଗୁଗଲ ପ୍ଲେଷ୍ଟୋରରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ଆପ୍ ହେଲା ଟେଲିଗ୍ରାମ
୯-ଚୀନ ସହ ୯ଥର ଆଲୋଚନା ସତ୍ତ୍ବେ ଲଦାଖ ସ୍ଥିତିରେ କୌଣସି ଅଗ୍ରଗତି ହୋଇନି : ଜୟଶଙ୍କର ।
୧୦-ଜୋ ରୁଟ୍‌ଙ୍କ ଦ୍ବିଶତକ, ୨ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮ ।
୧୧-ମୁଣ୍ଡବିହୀନ ଶବ ମିଳିବା ଘଟଣା – ମୃତକଙ୍କ ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା ।
୧୨-କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ ।
୧୩-ସରିଲା ଦେଶବ୍ୟାପୀ ‘ଚକା-ଜାମ୍‌’ ; ସ୍ବାଭାବିକ ହେଲା ଯାନବାହନ ଚଳାଚଳ ।
୧୪-ଫେବୃଆରୀ ୧୧ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ ।
୧୫-ରତନ ଟାଟାଙ୍କୁ ଭାରତ ରତ୍ନ ଦିଆଯିବାର ଦାବି, ଶିଳ୍ପପତିମାନେ କହିଲେ – କୌଣସି ଅଭିଯାନ ଚଳାନ୍ତୁ ନାହିଁ ।
୧୬-ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେଲେ ବୈଦେଶିକା ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.