ଜଙ୍ଗଲରେ ଝୁଲୁଛି ମୃତଦେହ

0 235

ଭୁବନେଶ୍ବର.୭/୧(ଏସଏସନିୟୁଜ) ପୁଣି ଜଙ୍ଗଲ ମଧ୍ୟରୁ ଏକ ଝୁଲନ୍ତା ମୃତଦେହ ମିଳିଛି । ଏହି ମୃତଦେହଟି ଜଙ୍ଗଲର ଏକ ଗଛରେ ଝୁଲିରହିଥିବାର ଦେଖିବାକୁ ମିଳିଛି । ଯଦିଓ ଏହାର ପରିଚୟ ଜଣାପଡିଯାଇଛି ତଥାପି ମୁଣ୍ଡବିହୀନ ଶବ ପରେ ଏହି ଘଟଣା ପୋଲିସ ପାଇ ଚିନ୍ତାର କାରଣ ସାଜିଛି । ମୃତ ବ୍ୟକ୍ତିଙ୍କ ନାମ ରଘୁନାଥ ବେହେରା, ତାଙ୍କ ଘର ଘାଟିକିଆ ଅଂଚଳ ରେ ହୋଇଥିବା ର ସୂଚନା ମିଳୁଥିବାବେଳେ ଗତ ଜାନୁୟାରୀ ୧୧ ରୁ ରଘୁନାଥ ନିଖୋଜ ଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ମୃତଦେହ। ୧୫ରୁ ୨୦ ଦିନ ହେବ ଝୁଲି ରହିଥିବାବେଳେ ଆଣ୍ଠୁ ତଳକୁ କୁକୁର ଖାଇଦେଇଥିବା ସନ୍ଦେହକରାଯାଉଛି ।

Leave A Reply

Your email address will not be published.