ଆଜିର ଅନୁଚିନ୍ତା

ତାରିଖ - ୦୮:୦୨:୨୦୨୧ (ସୋମବାର )

0 319

➡️ପିତା ମାତା ଠାରୁ ବଡ ଦେବତା କେ ସରଗ ରାଇଜେ ନାହିଁ,
ତାଙ୍କରି ଆଶିଷ ସାହା ଏକା ସିନା ବିପଦୁଁ ତରିବା ପାଇଁ ।
➡️ମଣିଷକୁ ସେତେବେଳେ ବେଶି ବାଧେ ଯେଉଁଠି ସେ ତା ନିଜ ଅଧିକାର ହରେଇ ବସେ !
➡️କଥା ହେବା ପାଇଁ ସମୟ ନୁହେଁ ଇଛାଟା ହିଁ ବେଶି ଜରୁରୀ !
➡️କେବଳ ମୁଁ ହିଁ ଠିକ୍
ଏହା ହିଁ ଭୁଲ୍ ଧାରଣା-ସେଥିପାଇଁ ତ ସବୁ ସମ୍ପର୍କ ଭାଙ୍ଗିରୁଜି ଯାଏ ।
➡️ସଂସ୍କାର ହିଁ ଅପରାଧ ରୋକିପାରେ ସରକାର ନୁହେଁ ।
➡️କିଛି ଲୋକ ସମ୍ପର୍କ ରଖନ୍ତି କେବଳ ନିଜ ସ୍ବାର୍ଥ ପାଇଁ ।
➡️ଯେଉଁ ଲୋକମାନଙ୍କ ପାଖରେ Humanity ବା ମଣିଷ ପଣିଆ ନ ଥାଏ, ସେମାନଙ୍କ ପାଖରେ Relation ର Value ମଧ୍ୟ କିଛି ବି ନ ଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ!

Leave A Reply

Your email address will not be published.