ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ପୋଲିସ

0 186

ଚୌଦ୍ୱାର, ୧୭/୮(ଏସଏସନିୟୁଜ) ଚୈାଦ୍ୱାରଥାନାପୋଲିସ ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାସହ ସେମାନଙ୍କଠାରୁ ୧୬୫ ଗ୍ରାମର ସୁନା ଗହଣା ସହ ଦୁଇଟି ଲାପଟପ୍‌, ଦୁଇ ଚକିଆ ଯାନ ଏବଂ କଟର ମଧ୍ୟ ଜବତ ହୋଇଛି। ଚାରିବାଟିଆ ଠାରେ ଘଟିଥିବା ଏକ ଡକାୟତି ମାମଲାର ତଦନ୍ତ କରୁଥିବା ଚୌଦ୍ୱାର ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। ଗ୍ୟାଙ୍ଗ ଲିଡ଼ର କୁଖ୍ୟାତ ଅପରାଧି ଚିକୁ ଓରଫ ଅନୀଲ ବେହେରା ଥିଲା। କଟକ ରାଣୀହାଟ ବାସିନ୍ଦା ଚିକୁର ନାଁରେ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବାବେଳେ ୨୦୨୦ରେ ଚିକୁକୁ ପୁଲିସ ଏନ୍‌କାଉଣ୍ଟର କରିଥିବାର ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି ।

Leave A Reply

Your email address will not be published.