ମାଲକାନଗିରିରୁ ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

0 185

ମାଲକାନଗିରି ,୧୭/୮(ଏସଏସନିୟୁଜ)ମାଲାକନଗିରି ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜପଥର ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି।କାଙ୍ଗରୁକୋଣ୍ଡା ବ୍ରିଜ ଓ କନ୍ୟାଶ୍ରମ ବ୍ରିଜ ଉପରେ ଗତକାଲି ଠାରୁ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।ଆଜି ମାଲକାନଗିରି ବାଲିମେଳା ମଧ୍ୟ ରହିଥିବା କୋରକୋଣ୍ଡା ଏବଂ ଏମଭି-୩୭ ଠାରେ ରହିଥିବା ତଳୁଆ ବ୍ରିଜ ଉପରେ ପ୍ରାୟ ୪ ଫୁଟ ପାଣି ପ୍ରହାରିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ବାଲିମେଳା ପଟରୁ ଆସୁଥିବା ଗାଡି ଗୁଡିକ ବ୍ରିଜର ଅପରପାର୍ଶ୍ବରେ ଅଟକି ରହିଥିବା ବେଳେ ମାଲକାନଗିରି ପଟରୁ ବାଲିମେଳା, ଚିତ୍ରକୋଣ୍ଡାକୁ ଯାଉଥିବା ଗାଡି ଗୁଡିକ ମଧ୍ୟ ବ୍ରିଜ ଏପଟେ ଅଟକି ରହିଛି। ଜିଲ୍ଲା ପ୍ରଶାସନ ତରଫରୁ ଯେଭଳି ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ତଳିଆ ଅଂଚଳରେ ପାଣି ପଶିବା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି। ପ୍ରଶାସନ ତରଫରୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି।

Leave A Reply

Your email address will not be published.