ଚକରାକୁ ଗୁଳି

0 320

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ରାଜଧାନୀ ଅଂଚଳରେ ଅପରାଧ ଜଗତରେ ଆତଙ୍କ ଖେଳାଇଥିବା ଚକରା ବାରିକକୁ ପୋଲିସ ଗୁଳି କରିଛି ।ତାକୁଗୁରୁତର ଅବସ୍ଥାରେ ପୋଲିସ ତାକୁ ହସପିଟାଲରେ ଭର୍ତି କରାଯାଇଛି । ତେବେ ସହଯୋଗୀ ଖସି ଯାଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଚକରା ବାରିକର ଗ୍ୟାଙ୍ଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଦୌରାତ୍ମ୍ୟ ସୃଷ୍ଟି କରିଛନ୍ତି ।
ଡକାୟତି, ଲୁଟ, ରାହାଜାନୀ, ଜମି ଦଖଲ ଭଳି ଅପରାଧରେ ଏହି ଗ୍ୟାଙ୍ଗର ପ୍ରମୁଖ ଭୂମିକା ରାହୁଥିବାରୁ ଏମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ ଚାଲେଞ୍ଜ ହୋଇଥିଲା ।ନୂଆ ଡିସିପି ପ୍ରତୀପ ସିଂହ ଦାୟିତ୍ୱ ନେବା ପରେ ଚକରାକୁ ଧରିବାକୁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଥିଲା ।ବରମୁଣ୍ଡା ହାଇସ୍କୁଲ ପଡିଆରେ ବୁଧବାରା ରାତିରେ ଚକରା ଓ ୬ଜଣ ସହଯୋଗୀମାନେ ବସି ଅପରାଧ ଘଟାଇବାକୁ ଯୋଜନା କରୁଥିବା ଖଣ୍ଡଗିରି ପୋଲିସକୁ
ଖବର ମିଳିଥିଲା ।ପରେ ସ୍ପେଶାଲସ୍କ୍ୱାଡ ଓ ଖଣ୍ଡଗିରି ପୋଲିସ ମିଳିତ ଚଢ଼ଉ କରିଥିଲେ ।ପୋଲିସକୁ ଦେଖି ଅପ୍ରାଧିମାନେ ବୋମା ମାଡ କରିଥିଲେ । ପରେ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ପାଲଟା ଗୁଳି ମାଡ କରିଥିଲା ।ପରେ ଉଭୟ ପକ୍ଷରୁ ପ୍ରାୟ ୧୦ ରାଉଣ୍ଡ ଗୁଳି ମାଡ କରାଯାଇ ଥିଲା । ପୋଲିସ ଗୁଳିରେ ଚକରା ଘାଇଲା ହୋଇଥିବା ବେଳେ ତାର ସହଯୋମାନେ ଫେରାର ହୋଇଯାଇଥିଲେ ।ପୋଲିସ ବନ୍ଧୁକ, ଗୁଳି ଓ ବୋମା ଜବତ କରିବାସହ ଚକରାକୁଗୁରୁତର ଅବସ୍ଥାରେ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.