ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

0 120

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । ବାଟରେ ମାଉସୀମାଙ୍କ ହାତରୁ ପୋଡ଼ପିଠା ଖାଇ, ଲକ୍ଷଲକ୍ଷ ଭକ୍ତଙ୍କ ଆରତ ଦୂରକରି ମହାବାହୁ ବାହୁଡ଼ିବେ।ବାହୁଡ଼ାଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ ସାଢ଼େ୨ଟାରୁ ସାଢ଼େ୩ଟା ଭିତରେ ଛେରାପହଁରା ନୀତି , ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.