ଚାଲିଗଲା ହିମାଳୟ କଳାଭାଲୁ ମୋତିର ଜୀବନ

0 231

ବାରଙ୍ଗ,୨୩/୧୦(ଏସ ଏସ ନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ଶନିବାର ଥିଲା ଦୁଃଖର ଦିନ।ପ୍ରାଣୀ ଉଦ୍ୟାନର ୧୬ ନମ୍ୱର ଖୁଆଡରେ ରହୁଥିବାଅଣ୍ଡିରା ହିମାଳୟ କଲା ଭାଲୁ ‘ମୋତି’ ର ଆଜି ସକାଳେ ମୃତ୍ୟୁ ଘଟିଛିମୃତ୍ୟୁ ବେଳକୁ ତାକୁ ୨୦ ବର୍ଷ ହୋଇଥିଲା।ଦୀର୍ଘଦିନରୁ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲା। ଚଲାବୁଲା କରିନପାରି ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଗ୍ରହଣ କରୁତ୍ନଥିଲା।ତେବେ ଆଜି ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସୁଚନା ଦେଇଛନ୍ତି।ଏହା ପରେ ପ୍ରାଣୀ ଉଦ୍ୟାନରେ ହିମାଳୟ କଳା ଭାଲୁ ସଂଖ୍ୟା ୫ କୁ ଖସି ଆସିଛି।ସେମାନଙ୍କ ମଧ୍ୟରେ ୨ ଟି ଅଣ୍ଡିରା ଓ ୩ ଟି ମାଇ ଭାଲୁ ରହିଛନ୍ତି।

Leave A Reply

Your email address will not be published.