ଚାଲେଂଜକଲେ ଜୟ ନାରାୟଣ !

0 161

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ବିଧାନସଭା ଶୂନ୍ୟକାଳ ରେ ଚାଲେଂଜକଲେ ଜୟ ନାରାୟଣ ମିଶ୍ର। ଯଦି ମୁଁ ଅପରାଧୀ , ମୋନାଁରେ ଚାର୍ଜସିଟ୍ କରନ୍ତୁବୋଲି କହିଲେ। ମୁଁ ଖୋଲା ବିତର୍କପାଇଁ ପ୍ରସ୍ତୁତ , ମୋସହ ଖୋଲାବିତର୍କ କରନ୍ତୁ’। ‘ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି।୬ଜଣଙ୍କ ନାଁରେ ୩୦୭ , ୫ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି। ଜଣଙ୍କନାଁରେ ବଳାତ୍କାର , ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି। ନିଜ କଥାକହି ମାଡ଼ ଖାଇଥିବାଲୋକ ନାଁରେ ମାମଲା ହେଉଛି କହିଲେ। ‘ମୁଁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି ବୋଲି ଜୟ ନାରାୟଣ କହିଥିଲେ।

Leave A Reply

Your email address will not be published.