ଚନ୍ଦକାଥାନା ପୋଲିସ ହାତରେ ଧରାପଡିଲା ମୋବାଇଲ ଚୋରଗ୍ୟାଙ୍ଗ

0 203

ମେଣ୍ଢାଶାଳ,୨୪/୧୦(ଏସଏସନିୟୁଜ)ଆଳୁଖୋଳୁଖୋଳୁ ମହାଦେବ ବାହରିବାଭଳି ଚନ୍ଦକାଥାନା ପୋଲିସ ହାତରେ ଧରାପଡିଛନ୍ତି ଏକ ମୋବାଇଲଚୋରଗ୍ୟାଙ୍ଗ ।ସେମାନେ ହେଲେ ଗୋଠପାଟଣାରେ ରହୁଥିବା ପଟ୍ଟାମୁଣ୍ଡାଇ ଅଂଚଳର ମଳୟମଲ୍ଲିକ ଓ ସୁମନମଲ୍ଲିକ,କଂଟାବାଡଗ୍ରାମର ବାପି ଓରଫ ରିଂଟୁବାଘସିଂ, ଜଗା ଓରଫ ଶୁସାନ୍ତ ବାଘସିଂ ଓ ଆଲୋକବଡଜେନା ।ଏମାନଙ୍କଠାରୁ ପୋଲିସ ଏକ ସ୍କୁଟି ସହ ୧୪ଟି ଦାମିକିଆ ମୋବାଇଲ ଜବତ କରିଛି । ଚନ୍ଦକାଥାନଅଧିକାରୀ ଦେବେନ୍ଦ୍ରବିଶ୍ୱାଳ୨୫୦/୨୧ କେଶନଂ ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବାବେଳେ ଏହି ୫ଜଣ ମୋବାଇଲ ଚୋରଚନ୍ଦକା,ତମାଣ୍ଡୋ ଓ ଭରତପୁର ଅଂଚଳରୁ ଏକୁଟିଆ ଆସୁଥିବା ଲୋକମାନଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ମୋବାଇଲ ଲୁଟୁଥିବାର ମାନିଥିଲେ ।ଶନିବାରସନ୍ଧ୍ୟାରେ ଭରତପୁର ଅଂଚଳରେ ରହୁଥିବା ଦୁଃଖିଶ୍ୟାମ ଟୁଡୁନାମକ ଯୁବକ ଚନ୍ଦକାରୁ ଭରତପୁର ଫେରୁଥିଲେ । ଅନ୍ଧାରୁଆ ଗ୍ରାମପାଖ ଇନଚ୍ୟୁଟଅଫ୍‌ ମ୍ୟାଥମେଟିକ ନିକଟରେ ପହଁଚିଥିବାବେଳେ ଓଡି୩୩ଏଡି-୫୨୯୮ନଂ ଏକ ସ୍କୁଟିରେ ତିନିଜଣ ଯୁବକ ଆସି ତାଙ୍କୁ ରୋକି ମୋବାଇଲ ଛଡାଇନେଇ ପଳାଇଯାଇଥିବାର ଦୁଃଖିଶ୍ୟାମ ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାପରେ ପୋଲିସ ତଦନ୍ତଆରମ୍ଭ କରିବା ସହ ଏହି୫ଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି । (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)।

 

Leave A Reply

Your email address will not be published.