ନନ୍ଦନକାନନ ବୁଲିଲେ ୧୫ ହଜାର ୮୩୮ ଜଣ ପର୍ଯ୍ୟଟକ

0 181

ବାରଙ୍ଗ,୨୪/୧୦(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ଦିନ ଚଳିତ ବର୍ଷର ସର୍ବାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫ ହଜାର ୮୩୮ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଛନ୍ତି।ସେଥି ମଧ୍ୟରୁ ୧୫ ହଜାର ୫୮୩ ଜଣ ଅଫଲାଇନ ମାଧ୍ୟମରେ ଟିକେଟ କରିଥିବା ବେଳେ ରାଜ୍ୟ ୨୫୫ ଜଣ ଅନଲାଇନ ମାଧ୍ୟମରେ ଟିକେଟ କରିଛନ୍ତି।ସେହିପରି ଉଦ୍ଭିଦ ଉଦ୍ୟାନକୁ ୫୦୮ ପର୍ଯ୍ୟଟକ ଆସିଛନ୍ତି।ପ୍ରକାଶ ଯେ,କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମେ ମାସ ୧ ତାରିଖ ଠାରୁ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର‌୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା।ତେବେ କୋଭିଡ କଟକଣା କୋହଳ ହେବା ପରେ ଦୀର୍ଘ ତିନିମାସ ପରେ ଅଗଷ୍ଟ ୩ ତାରିଖରେ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକ ଙ୍କ ପାଇଁ ଖୋଲା ଯାଇଥିଲା।ହେଲେ କୋରୋନା ସଂକ୍ରମଣ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି।ତେବେ ରବିବାର ଦିନ ଚଳିତ ବର୍ଷରେ ସର୍ବାଧିକ ପର୍ଯ୍ୟଟକ  ପ୍ରାଣୀ ଉଦ୍ୟାନ ଭ୍ରମଣରେ ଆସିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.