ଚନ୍ଦକା ଜଙ୍ଗଲରେ ବୁଲୁଛି ଆହତ ଦନ୍ତା

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର ଭାଲୁଙ୍କା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ଏକ ଆହତ ଦନ୍ତାହାତୀ। ବୁଧବାର ସନ୍ଧ୍ୟାରେ ଦନ୍ତାଟି ଭାଲୁଙ୍କାଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବାର କେତେକ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ।ଫସଲ ନଷ୍ଟ କରିବା ଉଦେଶ୍ୟରେ ହାତୀଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରି ସଂଗବଧ ହୋଇ ଦନ୍ତାକୁ ଘଉଡ଼େଇବା ପାଇ ସ୍ଥାନୀୟ ଲୋକମାନେ ଚେଷ୍ଟା କରିଥିଲେ। ଟର୍ଚ୍ଚଲାଇଟ ମାରି ହୋହହ୍ଲା କରିଥିଲେ ମଧ୍ୟ ଦନ୍ତାହାତୀଟି ସେଠାରୁ ଅଳ୍ପ ବାଟ ଯାଇଥିଲେ ମଧ୍ୟ ଦୂରକୁ ଯାଇପାରିନଥିଲା।ହାତୀଟିର ଦାନ୍ତପାଇ କେହି ଗୁଳି କରିବାରୁ ଠିକଭାବେ ଚାଲି ପାରୁନଥିବାର ଅନୁମାନ କରି ସ୍ଥାନୀୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ। ତେବେ ଦନ୍ତାରବାମପେଣ୍ଡା ତଳଗୋଡ ଫୁଲି ରହିଛି। କୌଣସି କାରଣରୁ ଖଣ୍ଡିଆ ହୋଇ ସେପ୍ଟିକ ହୋଇ ଫୁଲିବା କିମ୍ବା ଟିଉମର ହୋଇଥାଇପାରେ ବୋଲି ଅନୁମାନ କରିଛି ବୋଲି ବନବିଭାଗ।ଏକ ହାତୀ ଦଳରେ ଆହତ ହାତୀଟି ରହିଛି।ବାନବିଭାଗ ପକ୍ଷ ରୁ ୪ଟି ଟିମ୍ କରାଯାଇ ଅସୁସ୍ଥ ହାତୀକୁ ଠାବ କରିବା ସହ ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ନିରୀକ୍ଷଣ କରାଯିବାର ପ୍ରୟାସ ଆରମ୍ଭ ହୋଇଛି। ଅସୁସ୍ଥ ହାତୀ ଟିର ଶାରୀରିକ ଅସୁସ୍ଥତାକୁ ଦେଖି ଆବଶ୍ୟକ ପଡିଲେ ଟ୍ରଙ୍କୁଲାଇଜ କରାଯାଇ ଚିକିତ୍ସା କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି
(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.