କଟକ,୧୮।୧୨(ଏସଏସନିଉଜ)ଜଣେ କଲେଜପଢୁଆ ନାବାଳିକାଙ୍କୁ ଅନଲାଇନ୍ ଚାଟିଂରେ ପ୍ରେମ କରି ଅପହରଣ କରିନେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଗୁରୁବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ବରଜିଲ୍ଲା ସୋର ପଥରପେଣ୍ଠ ଅଞ୍ଚଳର ଶକ୍ତିମଲ୍ଲିକ।ଶକ୍ତି ବାରଙ୍ଗ ଅଞ୍ଚଳରେ ଥିବା ଏକ କଲେଜ ପଢୁଆ ନାବାଳିକାକୁ ଅନଲାଇନ୍ ଚାଟିଂରେ ପ୍ରେମସମ୍ପର୍କ ବଢ଼ାଇଥିଲା।ପରେ ନାବାଳିକା ଜଣଙ୍କ ପରିବାରର ବିନା ସମର୍ଥନରେ ବିବାହ ପାଇ ରାଜି ନହେବାରୁ ତାକୁ ଅପହରଣ କରିନେଇ ବାର ନାବାଳିକା ପରିବାର ପକ୍ଷରୁ ଚଳିତମାସ ୧ତାରିଖରେ ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ୬୭୨/୨୫କେସନଂରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ଖୋଜୁଥିବାର ଜାଣି ଶକ୍ତି ନାବାଳିକା ସହ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିଲା।ଆଜି ସକାଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଶକ୍ତି ଓ ନାବାଳିକାକୁ ଉଧାର କରି ଶକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
