ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ

 ଖବର ଆଜିର ତାରିଖ ୧୦-୦୭-୨୦୨୧,ଶନିବାର

0 278

୧-ଟୋକନ୍‌ ପାଇ ଧାନ ବିକି ପାରିଲେନି ୨୦ ହଜାର ଚାଷୀ ।
୨–ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ।
୩-ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ ।
୪-୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି।
୫-ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା, ୩୨ ଲକ୍ଷ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।
୬-ଟ୍ରେନିଂ ସରିବ, ଟୀକା ମିଳିବ । ଜୁଲାଇ ୧୫ ସୁଦ୍ଧା ସରିବ ଟୀକା ପାଇଁ ଟ୍ରେନିଂ । ଭ୍ୟାକ୍ସିନ ନେବାକୁ ଧାଡିରେ ଛିଡା ହେବେନି ଗର୍ଭବତୀ ।
୭-ଚଳିତ ବର୍ଷ ଭାରତରେ ୪୦ ହଜାର କ୍ୟାମ୍ପସ ନିଯୁକ୍ତି ଦେବ ଟିସିଏସ୍ ।
୮-ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହ ସମୀକ୍ଷା।
୯-ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ଅନୁଭବ ଓ ବର୍ଷା।
୧୦-ଜୋମାଟୋରୁ ୩ ଲକ୍ଷ ଟଙ୍କା ଜିତିବାର ମଉକା: ୱେବସାଇଟରେ କିମ୍ବା ଆପରେ ବଗ୍ ଖୋଜିଲେ କମ୍ପାନୀ ତରଫରୁ ପୁରସ୍କାର
୧୧-ଆଇପିଏସ୍ ଅଦଳବଦଳ, ୬ ଜିଲ୍ଲାରେ ନୂଆ ଏସପି
୧୨-ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ ରହିବା ଉଚିତ୍, ସମ୍ବିଧାନର ଧାରା ୪୪ କୁ କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ : ଦିଲ୍ଲୀ ହାଇକୋର୍ଟ ।
୧୩-ରାଜ୍ୟରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ଏବେ ବି ଚିନ୍ତାଜନକ ସ୍ଥିତିରେ ଉପକୂଳ ଓଡ଼ିଶା ।
୧୪-ସରଜୁ ନଦୀ‌ରେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ ।
୧୫-ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ରାଜ୍ୟର ଆଶା ବଢ଼ିଲା: ମଞ୍ଜୁରି ପାଇ ବି ଅଟକିଛି ଜୟପୁର-ନବରଙ୍ଗପୁର ରେଳପଥ ।
୧୬-ଟୋକିଓରେ ପହଞ୍ଚିଲା ଅଲିମ୍ପିକ୍‌ସ ଶିଖା ।
୧୭-ଦୁବାଇ ଲଞ୍ଚ କଲା ବିଶ୍ୱର ଗଭୀରତମ ସ୍ୱିମିଂ ପୁଲ । ୬୦ ମିଟର ଗଭୀର ସ୍ୱିମିଂ ପୁଲରେ ରହିଛି ଦୋକାନ, ଲାଇବ୍ରେରି ସହ ରେସ୍ତୋରାଁ
୧୮-ଆଫଗାନିସ୍ତାନରେ ବଢୁଛି ତାଲିବାନ ଆତଙ୍କ । ଆମେରିକା ସେନା ପ୍ରତ୍ୟାହର ପରେ ଦେଶରେ ଲାଗି ରହିଛି ଗୃହଯୁଦ୍ଧ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.