ବାରଙ୍ଗ,୭।୬ (ଏସଏସନିଉଜ)ପଞ୍ଚସଖା ଚାରିଟେବୁଲଟ୍ରଷ୍ଟ ପକ୍ଷରୁ ରବିବାରଦିନ କେନ୍ଦୁପାଟଣା ଉକ୍ତଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବର ଆୟୋଜିତ ହୋଇଥିଲା।ଏହି ଶିବିର ଦିନ ୧୦ଟା ରୁ ଆରମ୍ଭ ହୋଇ ଦିନ ୧ଟାରେ ସରିଥିଲା।ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିନେତା ସୁବାସ ଚନ୍ଦ୍ର ପାତ୍ର ,ଜ୍ଞାନରଞ୍ଜନ ରାଉତ,ବୟୋଜ୍ୟଷ୍ଟ ମୂରବୀ ଅନ୍ତର୍ଯ୍ୟାମୀ କୁଆଁର ,ଭଗବାନ ଜେନା, ନିରଞ୍ଜନ ପରିଡ଼ା, ସଂଗ୍ରାମ
ମହାପାତ୍ର,କାଙ୍ଗାଳି ଜେନା,ରୋହିତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଟ୍ରଷ୍ଟର ସଭାପତି ଜନକମାଝିଙ୍କ ନେତୃତ୍ବରେ ରେଡକ୍ରସ ସୋସାଇଟର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିରରେ ୭୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଶିବିରରେ ଅଞ୍ଚଳର ବହୁ ଯୁବତୀ ଓ ଯୁବକମାନେ ଆଗ୍ରହର ସହ ଆସି ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା।ଟ୍ରଷ୍ଟ ପକ୍ଷରୁ ଅସିତ୍ ସାସମଲ୍, ଲଲାଟେନ୍ଦୁ ପ୍ରଧାନ,ଅମୂଲ୍ୟ ଜେନା,ସୁରେଶ ଜେନା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)
